ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ତିନୋଟି ପ୍ରଶ୍ନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି । କରୋନା ସମ୍ପର୍କୀତ ସମସ୍ୟାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ପ୍ରଶ୍ନ ପଚାରିଛନ୍ତି । ଏହି ପ୍ରଶ୍ନ ଗୁଡିକ ହେଲା
ଲକ୍‌ଡାଉନ୍ ସମୟ ବୃଦ୍ଧି ହେବକି ନାହିଁ ? ଯେ ପର୍ଯ୍ୟନ୍ତ ବ୍ୟାପକ ପରୀକ୍ଷା ହୋଇନି ସେ କ୍ଷେତ୍ରରେ ଲକ୍‌ଡାଉନ୍ ଉଠାଇବା ବିପଜ୍ଜନକ ନୁହେଁକି ? ବାହାର ରାଜ୍ୟରେ ଥିବା ଆମ ଶ୍ରମିକମାନେ ଫେରିବ କି ନାହିଁ ?

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ଯେଉଁଭଳି ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁମତି କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜସ୍ଥାନର କୋଟାରେ ଥିବା ଛାତ୍ରଛାତ୍ରୀଙ୍କୁ ଆଣି ପାରିଥିବାରୁ ଓଡ଼ିଶା ସରକାର ସେଭଳି ପଦକ୍ଷେପ ନେବେକି ? ତୃତୀୟରେ ସେ ମୁଖ୍ୟମନ୍ତ୍ରୀ ଯେଉଁ ୧୦୦କୋଟି ଟଙ୍କାର ପ୍ୟାକେଜ୍ ଶ୍ରମିକମାନଙ୍କ ପାଇଁ ଘୋଷଣା କରିଛନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନନ୍ତି । ସେ ପଚାରିଛନ୍ତି, ଶ୍ରମିକମାନଙ୍କ ଦୈନିକ ମଜୁରୀ କ’ଣ ୪ଟଙ୍କା ୪୪ପଇଶା । ଏସବୁର ଉତ୍ତର ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ।

Leave a comment

You cannot copy content of this page