ପୋଖରୀରେ ବୁଡ଼ି ୩ ନାବାଳିକା ଗୁରୁତର
ଜଳେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ରେମୁ ଗାଁରେ ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ଗୁରୁତର ହୋଇଛନ୍ତି। ଗୁରୁତର ନାବାଳିକାମାନେ ହେଲେ ଲଙ୍ଗଲେଶ୍ଵର ଗାଁର ଅନନ୍ୟା ପାତ୍ର, କାଳନ୍ଦା ଗାଁ ଜୟଲକ୍ଷ୍ମୀ ପରିଡ଼ା ଓ କାଠ ଶାଗଡ଼ା ଗାଁର କାମିନୀ ପାତ୍ର। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏହି ୩ ଜଣ ନାବାଳିକା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ରେମୁ ଗାଁକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ୩ ଜଣ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ବଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।