ବିମାନବନ୍ଦର କୁ ଉଡାଇ ଦେବାକୁ ଧମକ

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଭୁବନେଶ୍ୱର ବିମାନବନ୍ଦର ଅଫିସକୁ ଫୋନ ଯୋଗେ ଧମକ। ବୋମା ପକାଇ ବିମାନବନ୍ଦରକୁ ଉଡାଇ ଦେବାର ଧମକ ଦେଇଛନ୍ତି ଜଣେ ଅଜଣା ସନ୍ଧିଗ୍ଧ ବ୍ୟକ୍ତି । ଏକ ଅଜଣା ନମ୍ବରରୁ ବିମାନବନ୍ଦର ଅଫିସ ଫୋନକୁ ଆସିଥିଲା ଏହି ଫୋନ କଲ।

ଏହି ଘଟଣା ଏବେ ଆତଙ୍କ ଖେଳାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଏ ଘଟଣା ସମ୍ପର୍କରେ ଏଆର ଫିଲଡ଼ ପୁଲିସକୁ ଅବଗତ କରାଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରିବାପରେ ଫୋନ ଟି ୭୮୭୩୬୦୫୯୩୩ ନମ୍ବର ମୋବାଇଲ ରୁ ଆସିଥିବା ଜଣାପଡିଛି । ଫୋନ କଲ ର ସତ୍ୟାସତ୍ୟ ନେଇ ପୋଲିସ ଅଧିକ ତଦନ୍ତ ।

ତେବେ କିଏ ଓ କାହିଁକି ଏହି ଧମକ ଦେଇଛନ୍ତି ତାହା ସ୍ପଷ୍ଟ ହୋଇନି । ସେପଟେ ଏହି ଧମକ କଲ ଥରେ ନୁହେଁ ବରଂ ଲଗାତାର ଦୁଇଦିନ ହେବ ଆସୁଥିବା ସୂଚନା ମିଳିଛି । ବିମାନବନ୍ଦର ରୁ ବାରମ୍ବାର ସୁନା କଷ୍ଟମ୍‌ ବିଭାଗ ପକ୍ଷରୁ ଜବତ କରାଯାଉଥିବାରୁ କୌଣସି ସୁନା ସ୍ମଗଲର ଏଭଳି ବେନାମୀ ଫୋନ କରିଥିବା ଅନୁମାନ କରାଯାଉଛି। କିନ୍ତୁ ଏହି ଫୋନ କଲକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହ ନିଆଯାଇଛି କାରଣ ୨୬ ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗ୍ରସ୍ତକରୁଥିବାରୁ ପୋଲିସ ଓ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଫୋନ କଲକୁ ଅତି ଗୁରୁତରସହ ନେଇଛନ୍ତି ।

Leave a comment