ବିଦ୍ୟୁତ୍ ଖୁଣ୍ଟ ଉପରୁ ଡେଇଁବାକୁ ଧମକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳୁ ବ୍ରହ୍ମପୁର ଷ୍ଟେସନ୍‌ର ତିନି ନମ୍ବର ପ୍ଲାଟ୍‌ଫର୍ମରେ ଥିବା ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ଖୁଣ୍ଟ ଉପରକୁ ଏକ ଯୁବକ ଚଢି ଯାଇଥିଲା । ଏହା ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। କୌଣସି ଅଘଟଣ ନଘଟିବା ପାଇଁ ତୁରନ୍ତ ବିଦ୍ୟୁତ୍ ସରବରାହକୁ ବନ୍ଦ କରି ଦିଆଯାଇଥିଲା ।

ବିଦ୍ୟୁତ୍ ସରବରାହ ବନ୍ଦ ହେବାରୁ ଷ୍ଟେସନରେ ଟ୍ରେନ୍ ଅଟକି ରହିଥିଲା । ବ୍ରହ୍ମପୁର ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କର ଏକ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ ପରେ ଯୁବକକୁ କାବୁ କରି ତଳକୁ ଓଲ୍ହାଇବାରେ ସେମାନେ ସକ୍ଷମ ହୋଇଥିଲେ । ଏହା ପରେ ସ୍ୱାଭାବିକ ଭାବରେ ଟ୍ରେନ୍ ଚଳାଚଳ ହୋଇଥିଲା । ସେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଓ ତାଙ୍କ ଘର ଆସାମ ରେ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

Leave a comment