ଏଥର ଦୀପାବଳୀରେ ହେଉଥିବା ସୂର୍ଯ୍ୟ ପରାଗ ବିରଳ, ଏହିଦିନ ଏହିସବୁ କାର୍ଯ୍ୟ ଭୁଲରେ କରିବେ ନାହିଁ
କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ଅମାବାସ୍ୟା ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ଦୀପାବଳୀ ଅମାବାସ୍ୟା ଦିନ ଲାଗୁଛି ସୂର୍ଯ୍ୟ ପରାଗ । ଯାହାକି ଏକ ବିରଳ ସୂର୍ଯ୍ୟ ପରାଗ ଅଟେ l ସୂର୍ଯ୍ୟ ପରାଗ ସର୍ବଦା ଅମାବାସ୍ୟା ତିଥିରେ ଲାଗିଥାଏ, ଦୀପାବଳୀ ମଧ୍ୟ ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ l
ସୂର୍ଯ୍ୟ ପରାଗ ସମୟରେ ଏହିସବୁ କାର୍ଯ୍ୟ କରିବା ଉଚିତ ନୁହେଁ -:
– ପରାଗ ସମୟରେ ନଖ ଓ କେଶ କାଟିବା ଉଚିତ ନୁହେଁ l
– ପରାଗ ସମୟରେ ଆମିଷ ଭୋଜନ ଉଚିତ ନୁହେଁ, ଏହାଦ୍ୱାରା ସମୃଦ୍ଧି ରେ ବାଧା ଉପୁଜି ଥାଏ l
– ପରାଗ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଦ୍ୱାରା ଆୟୁଷ ହାନି ହୋଇଥାଏ l
– ପରାଗ ସମୟରେ ତୁଳସୀ ଗଛ ଛୁଇଁବା ଉଚିତ ନୁହେଁ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l
– ପରାଗ ସମୟରେ ମନରେ ନକାରାତ୍ମକ ଭାବନା ଆଣିବା ଉଚିତ ନୁହେଁ, ଏହା ମାନସିକ ଚାପ ବୃଦ୍ଧି କରିଥାଏ l