ଏଥର କାମଚଳା ବଜେଟ୍:ଆଗକୁ ପୂର୍ଣ୍ଣାଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍‍ ଆଗତ କରୁଛନ୍ତି । କିନ୍ତୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲୁଥିବାବେଳେ ଆଗକୁ ପୌର ନିର୍ବାଚନ ମଧ୍ୟ ରହିଛି । ତେଣୁ ରାଜ୍ୟ ସରକାର ଏଥର କାମଚଳା ବଜେଟ୍ ଆଣିପାରନ୍ତି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ ବୋଲି ଶ୍ରୀ ପାତ୍ର ସ୍ପଷ୍ଟ କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି । ଏହା ପରେ ପୌର ନିର୍ବାଚନ ହେବାକୁ ସ୍ଥିର କରାଯାଇଛି । ତେଣୁ ଆଗାମୀ ବର୍ଷ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଣିବାରେ ବିଳମ୍ବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ରାଜ୍ୟ ସରକାର ସମ୍ଭବତଃ ୩ମାସିଆ କାମଚଳା ବଜେଟ୍ ଆଗତ କରି ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a comment