ଏଥର ମାସ୍କ ନପିନ୍ଧିଲେ ଦେବେ ଫାଇନ
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୩୭ ଜଣ ରହିଛନ୍ତି। ଫଳରେ ଏବେ ରେଡ୍ ଜୋନକୁ ଫେରିଛି ରାଜଧାନୀ। ତେଣୁ ଭୁବନେଶ୍ଵରରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଧରାପଡ଼ିଲେ ଫାଇନ ଭରିବାକୁ ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର।
ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ଵରରେ କୋଭିଡ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ। ଏହା ସହ ରାଜଧାନୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କହିବା ସହ ବିନା ମାସ୍କରେ ଧରାପଡ଼ିଲେ ଫାଇନଦେବାକୁ ପଡ଼ିବ ବୋଲି ମେୟର କହିଛନ୍ତି।