ଏଥର ଚନ୍ଦ୍ର ଗ୍ରହଣରେ ଭୁଲରେ କରିବେନି ଏହିସବୁ କାମ, ନହେଲେ ପଛରେ ଭୋଗିବେ…

0

ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୮ରେ ପଡିବ । କୁହାଯାଉଛି ଯେ, ଏଥରର ଗ୍ରହଣର ପ୍ରଭାବ ଅଧିକ ରହିବ, କେଉଁ କାରଣରୁ ସେହିଦିନ ଏହି ସମସ୍ତ କାମ କରିବାକୁ ବାରଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣକୁ ନେଇ କେଉଁ କେଉଁ ଜିନିଷ ପ୍ରତି ସାବଧାନ ରହିବା ଉଚିତ ସେହି ବିଷୟରେ କୁହାଯାଇଛି । ଯାହା ସମସ୍ତଙ୍କୁ କରିବା ଉଚିତ । ଗ୍ରହଣ କାଳରେ କୌଣସି ବି ମନ୍ଦିରରେ ପ୍ରବେଶ କରିବା ଅନୁଚିତ ଅଟେ । ସେଥିପାଇଁ ଗ୍ରହଣ କାଳରେ କୌଣସି ବି ମନ୍ଦିରରେ ପ୍ରବେଶ କରନ୍ତୁ ନାହିଁ ଓ ଘରର ମନ୍ଦିରରେ ବି ପୂଜା କରନ୍ତୁ ନାହିଁ । ଗ୍ରହଣ ଲାଗିବା ପୂର୍ବରୁ ପୂଜା ସ୍ଥାନକୁ କୌଣସି କପଡା ଦ୍ଵାରା ଢାଙ୍କି ଦିଅନ୍ତୁ । ଗ୍ରହଣ ଲାଗିବା ମାତ୍ରେ ହିଁ ଘରେ ନା ହିଁ ରୋଷେଇ କରନ୍ତୁ ଓ ନା ହିଁ ଖାଦ୍ୟ ସେବନ କରନ୍ତୁ । ଶାସ୍ତ୍ର ଅନୁସାରେ ଅସୁସ୍ଥ ବ୍ୟକ୍ତି, ବୟସ୍କ ବ୍ୟକ୍ତି ଓ ପିଲାମାନଙ୍କ ପାଇଁ ଏହି ନିୟମ ଲାଗୁ ହୁଏ ନାହିଁ ।

ଚନ୍ଦ୍ର ଗ୍ରହଣ ସମୟରେ ବିଶେଷ କରି ଗର୍ଭବତ୍ତୀ ମହିଳାଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆଯାଇ ଥାଏ । ଯାହା ଦ୍ଵାରା ଗ୍ରହଣରୁ ବାହାରୁଥିବା ନେଗେଟିଭ ଏନର୍ଜି ତାଙ୍କୁ ପ୍ରଭାବିତ କରି ପାରିବ ନାହିଁ । ଗର୍ଭବତ୍ତୀ ମହିଳାମାନଙ୍କୁ ଗ୍ରହଣ ସମୟରେ ଶୋଇବା ଉଚିତ ନୁହେଁ । ଏହା ସହିତ ହାତ ଓ ଗୋଡ ମୋଡି କରି ବସିବା ଉଚିତ ନୁହେଁ । ଗ୍ରହଣକୁ ଅନ୍ଧକାରର ସୂଚକ ବୋଲି କୁହାଯାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କେସ, ନଖ, ଦାଢି, ନିଶ କଟିବା, ଘରେ ଝଗଡା ଓ ରାଗିବା ଏହିଭଳି କୌଣସି ବି କାମ କରିବା ଉଚିତ ନୁହେଁ । ଅନ୍ୟଥା ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ ।

ଶାସ୍ତ୍ର ଅନୁସାରେ ଗ୍ରହଣ ଲାଗିବା ପୂର୍ବରୁ ଖାଦ୍ୟ ଓ ପାନୀୟ ପାଦାର୍ଥର ସବୁ ଜିନିଷରେ ତୁଲସୀ ପତ୍ର ଦେବାର ମାନ୍ୟତା ଅଛି । ଗ୍ରହଣ ସମୟରେ ଲଗାତାର ମନ୍ତ୍ରର ଜପ କରିବା ଶୁଭ ହୋଇଥାଏ, ଗ୍ରହଣ ସମାପ୍ତ ହେବା ପରେ ପୁରା ଘରେ ଗଙ୍ଗାଜଳ ଦିଅନ୍ତୁ ଓ ଘରକୁ ପୂରାପୂରି ଶୁଦ୍ଧ କରି ଦିଅନ୍ତୁ । ଖାସ କରି ଗ୍ରହଣ କାଳ ପରେ ଏହାକୁ ନିଶ୍ଚିତ କରନ୍ତୁ । ଚନ୍ଦ୍ର ଗ୍ରହଣ ସମାପ୍ତ ହେବା ପରେ ଗହମ, ଗୁଡ ଭଳି ଜିନିଷ ଦାନ କରିବା ଦ୍ଵାରା ଘରର ଖୁସି ବୁଦ୍ଧି ପାଇଥାଏ ।

Leave a comment