ଏଥର ରାଜ୍ୟରେ ସରକାର ଗଢ଼ିବ କଂଗ୍ରେସ: ନିରଞ୍ଜନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଭବନଠାରେ ପିସିସି ଇସ୍ତାହାର କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୧ଟି ଲୋକସଭା ର୍ନିବାଚନମଣ୍ଡଳୀ ନେତାଙ୍କ ସହିତ ଆଲୋଚନା ହୋଇଛି । ଇସ୍ତାହାର କମିଟି ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ଆମେ କେତେ ସିଟ ପାଇବୁ କହିପାରିବୁନି । କିନ୍ତୁ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । ଆମେ ରାଜ୍ୟକୁ ବିକାଶ ମାର୍ଗରେ ନେବୁ । ଏଥିପାଇଁ ଚାଷୀମାନଙ୍କ ସମସ୍ୟା ସମାଧାନ କରିବାକୁ ପଡିବ । କଂଗ୍ରେସ ଯାହା ପ୍ରତିଶ୍ରୁତି ଦିଏ ତାହା ଅକ୍ଷରେ ଅକ୍ଷରେ ପାଳନ କରେ ବୋଲି ନିରଞ୍ଜନ କହିଛନ୍ତି । ସେହିପରି କଂଗ୍ରେସ ସରକାର ଗଢ଼ିଲେ ଯୁବଗୋଷ୍ଠୀଙ୍କ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦେବ ବୋଲି ବୈଠକରେ ସେ କହିଛନ୍ତି । ଇତିମଧ୍ୟରେ ନିର୍ବାଚନ ସରିଥିବା ବିଭିନ୍ନ ରାଜ୍ୟରେ କଂଗ୍ରେସ ଜନସାଧାରଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ମନ୍ତ୍ରୀମଣ୍ଡଳ ଗଠନର ୫ ଘଣ୍ଟା ବା ୨୪ ଘଣ୍ଟା ଭିତରେ ସେହି ପ୍ରତିଶ୍ରୁତି ପାଳନ କରାଯାଇଛି । ସେହିପରି ଚାଷ ଓ ଚାଷୀଙ୍କ ସମସ୍ୟା ଫୋକସ୍‌ରେ ରହିବ ବୋଲି ପିସିସି ସଭାପତି କହିଛନ୍ତି ।

Leave a comment

You cannot copy content of this page