ମଜଭୁତ ବିଜେପି ଏଥର ଓଡ଼ିଶାରେ ଫୁଟାଇବ ପଦ୍ମ: ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ର ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ।ସୁନ୍ଦରଗଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି, “ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ” କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ କରି କହିଲେ ୧୯ ବର୍ଷର ବିଜେଡ଼ି ସରକାରଙ୍କୁ ଓଡ଼ିଶାବାସୀ ଦେଖିଲେ । ଏଥର ଓଡ଼ିଶାରେ ସରକାର ବଦଳିବା ଦରକାର ବୋଲି କହିବା ସହ ଗେରୁଆ ଦଳ ଚଳିତ ଥର ବିଜୟବାନା ଉଡ଼ାଇବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ମୋଦି । ୫ ବର୍ଷ ପୂର୍ବରୁ କେହି ଚିନ୍ତା କରିନଥିଲେ ବିଜେପିର ସ୍ଥିତି ଏତେ ମଜଭୁତ ହେବ ଓ ଓଡ଼ିଶାରେ ପଦ୍ମ ଫୁଟିବ । ଓଡ଼ିଶାରେ ଚଳିତ ଥର ସବୁଠାରୁ ଅଧିକ ପଦ୍ମ ଫୁଟିବ ବୋଲି କହିଛନ୍ତି ମୋଦି ।

ସେହିପରି କଂଗ୍ରେସକୁ ମଧ୍ୟ ଆକ୍ରାତ୍ମକ ଢଙ୍ଗରେ କହିଥିଲେ, “ପୂର୍ବ ସରକାର ସମୟରେ ସର୍ଜିକାଲା ଷ୍ଟ୍ରାଇକ କଥା କେହି ଚିନ୍ତା କରିନଥିଲେ । ଅନ୍ୟ ଦେଶ ସୀମାରେ ପଶି ଆତଙ୍କୀକୁ ମୂଳପୋଛ କରିବା କଥା ଚିନ୍ତା ବାହାରେ ଥିଲା । ହେଲେ ବିଜେପି ସରକାରରେ ସବୁ କିଛି ସମ୍ଭବ ହୋଇପାରିଛି । ପରିବର୍ତ୍ତନ ପଥେ ଆଗେଇ ଦିନକୁ ଦିନ ମଜଭୁତ ହେଉଛି ଭାରତ । ମଜଭୁତ ଭାରତ ପାଇଁ ମଜଭୁତ ସରକାର । ଆଉ ମଜଭୁତ ଭାରତ ପାଇଁ ବିଜେପି ସରକାର ଦରକାର” ।

Leave a comment