ସକାଳର ଏହି ଛୋଟ ଛୋଟ ଅଭ୍ୟାସ ଆମକୁ ମୋଟା ହେବାରେ ସାହାଯ୍ୟ କରିଥାଏ, ଯାହା ଆମେ ଜାଣିନଥାଉ

0

ଆପଣଙ୍କ ସ୍ୱାସ୍ଥ୍ୟ ନିର୍ଧାରଣ କରିଥାଏ ଆପଣ ଆପଣଙ୍କ ଦିନର ଆରମ୍ଭ କିପରି କରୁଛନ୍ତି l କାହିଁକି ନା ଗୋଟିଏ ସୁସ୍ଥ ଜୀବନ ବଂଚିବାକୁ ହେଲେ ଗୋଟିଏ ସୁସ୍ଥ ଜୀବନଶୈଳୀ ହିଁ ନିର୍ଭର କରିଥାଏ l ଗୋଟିଏ ହେଲଦୀ ମର୍ନିଙ୍ଗ ରୁଟିନ ମନ ଓ ଶରୀରକୁ ସୁସ୍ଥ ରଖିବାର ମୁଖ୍ୟ କାରଣ ଅଟେ l ସକାଳର ଅନେକ ଗୁଡିଏ ଖରାପ ଅଭ୍ୟାସ ରହିଥାଏ ଯାହାକି ଆମ ଶରୀରକୁ ଅସୁସ୍ଥ କରିଥାଏ, ଯେପରିକି ସକାଳୁ ଡେରିରେ ଉଠିବା, ଉଠୁ ଉଠୁ କଫି କିମ୍ବା ଚା ପିଇ ବସିବା, ସକାଳ ଜଳଖିଆ ନଖାଇବା ଇତ୍ୟାଦି ସାମିଲ ରହିଛି l ସକାଳର ଏହିସବୁ ଖରାପ ଅଭ୍ୟାସ ଆପଣଙ୍କୁ ରୋଗଗ୍ରସ୍ତ କରାଇଥାଏ ତାହା ହୁଏତ ଆପଣ ଜାଣି ନଥାଆନ୍ତି l

– ଅଧିକ ଶୋଇବା – ଭଲ ସ୍ୱାସ୍ଥ୍ୟ ପାଇଁ ଦିନକୁ ୭ରୁ୮ ଘଣ୍ଟl ଭଲରେ ଶୋଇବା ଜରୁରୀ l ଅଧିକ ଶୋଇବା ଓ କମ ଶୋଇବା ମଧ୍ୟ ଓଜନ ବୃଦ୍ଧିର ଗୋଟିଏ କାରଣ ଅଟେ l ଯଦି ଡେରି ପର୍ଯ୍ୟନ୍ତ ସୋଇ ଥାଆନ୍ତି ସେମାନେ ଡେରିରେ ଜଳଖିଆ ଖାଇ ଥାଆନ୍ତି ଯାହାଦ୍ୱାରା ଆପଣଙ୍କ ମେଟାବୋଲିଯିମ ପ୍ରଭାବିତ ହୋଇଥାଏ l ଗୋଟିଏ ଅଧ୍ୟୟନ ଅନୁସାରେ ଯେଉଁ ବ୍ୟକ୍ତିମାନେ ଅତ୍ୟଧିକ ଶୋଇ ଥାଆନ୍ତି ସେମାନେ ମେଦ ବହୁଳତାର ଶିକାର ହୁଅନ୍ତି l

– ଖାଲି ପେଟରେ ପାଣି ପିଇବା – ସକାଳର ଏହି ଖରାପ ଅଭ୍ୟାସ ଆପଣଙ୍କୁ ପେଟ ବଢିବାର ଗୋଟିଏ ବଡ କାରଣ ଅଟେ l ଯାହା ଆମ ମୋଟାପା ବଢିବାର କାରଣ ଅଟେ l ପାଣି ଶରୀରରେ ପ୍ରତ୍ୟେକ ବାୟୋଲୋଜିକାଲ ଫଙ୍କସନ ପାଇଁ ଖୁବ ଜରୁରୀ l ଯାହା ଶରୀରର ଅନେକ କ୍ୟାଲୋରୀ କୁ ବର୍ନ କରିଥାଏ l ପାଣି ନପିଇବା ଦ୍ୱାରା ଡିହାଇଡ୍ରେସନ ଓ ମେଟାବୋଲିଯିମ ସ୍ଲୋ ହୋଇପାରେ l ଏହି କାରଣରୁ ପେଟ ବଢିପାରେ l

– ଖରାପ ଖାଦ୍ୟ ପେୟ – ନିଜର ଓଜନ କୁ ଠିକ ରଖିବା ପାଇଁ ଜଳଖିଆରେ ଭଲ ଖାଦ୍ୟ ବାଛନ୍ତୁ l ଯାହାକି ଖୁବ ଜରୁରୀ l ଉଦାହରଣ ସ୍ୱରୂପ ଗୋଟିଏ ଉଚ ପ୍ରୋଟିନ ଯୁକ୍ତ ଆହାର ଓଜନ ହ୍ରାସର କାରଣ ଅଟେ l କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଲୋକେ ଉଚିତ ପୋଷାକ ଯୁକ୍ତ ଖାଦ୍ୟ ଖାଦ୍ୟ ମିଳି ନଥାଏ l ଉଚ୍ଚ ଫ୍ୟାଟ ଯୁକ୍ତ ଖାଦ୍ୟ ଓ ଉଚ୍ଚ ସୋଡିୟମ ଯୁକ୍ତ ଖାଦ୍ୟ ପେଟ ବଢାଇବାରେ ସାହାଯ୍ୟ କରିଥାଏ l ଅଧିକ ଫାଇବର ଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ, କାହିଁକି ନା ଏହା ଗ୍ୟାସ ସମସ୍ୟା ର କାରଣ ହୋଇଥାଏ l

– ଜଳଖିଆ ଖାଇବା ସମୟରେ ଟିଭି ଦେଖିବା – ଦୁନିଆରେ କଣ ଘଟୁଛି ଏହା ସମସ୍ତ ଜାଣିବା ଜରୁରୀ l କିନ୍ତୁ ଜଳଖିଆ ଖାଇବା ସମୟରେ ଟିଭି ଦେଖିବା ଉଚିତ ନୁହେଁ l ଯାହାଦ୍ୱାରା ଓଜନ ବୃଦ୍ଧି ମୁଖ୍ୟ କାରଣ ହୋଇଥାଏ l ତରବରିଆ ଭାବରେ ନଖାଇ ଜଳଖିଆ ନଖାଇ ଭଲରେ ଚୋବାଇ ଖାଇବା ଜରୁରୀ l

– ସକାଳୁ ମିଠା ଜିନିଷ ଅଧିକ ନଖାଇବା ଭଲ – ସକାଳୁ ମିଠା ଜିନିଷ ଖାଇବା ଦ୍ୱାରା ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ଯଦି ଚା କିମ୍ବା କଫି ପିଉଛନ୍ତି ତେବେ ତାହାକୁ ବିନା ଚିନି ରେ ପିଇବା ଉଚିତ୍ । ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ହିତକର । ଏହାଛଡା ଓଜନ ମଧ୍ୟ କମିବାରେ ସାହାଯ୍ୟ କରିଥାଏ ।

– ବ୍ୟାୟାମ ନିହାତି କରିବା ଆବଶ୍ୟକ -ପ୍ରତିଦିନ ସକାଳୁ ଯେତେ ବ୍ୟସ୍ତ ଥିଲେ ମଧ୍ୟ ୩୦ ମିନିଟ୍ ପାଇଁ ବ୍ୟାୟାମ ନିହାତି କରିବା ଆବଶ୍ୟକ । ଏହା ଆପଣଙ୍କୁ ଫିଟ୍ ରଖିବା ସହ ଓଜନ ହ୍ରାସ ରେ ମଧ୍ୟ ସାହାଯ୍ୟ କରିଥାଏ ।

Leave a comment