ଋଷ ଟାର୍ଗେଟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ପରିବାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରିବାରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅସହାୟ ଥିବା ପରି ମନେଉଛି । ତଥାପି, ଋଷର ସେନା ସହ ଦୃଢ ମୁକାବିଲା କରୁଛି ୟୁକ୍ରେନ । କହିଛନ୍ତି ଯେ, ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବୁ । ରାଷ୍ଟ୍ରପତି ଜେଲେନସ୍କିଙ୍କ ଭିଡିଓଗୁଡ଼ିକ କ୍ରମାଗତ ଭାଇରାଲ ହେଉଛି ।

ସମ୍ପ୍ରତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଅସହାୟ ତଥା ଭାବପ୍ରବଣ ହୋଇପଡିଛନ୍ତି । ଜେଲେନସ୍କି କହିଛନ୍ତି ଯେ ମୁଁ ଋଷର ପ୍ରଥମ ଟାର୍ଗେଟ ଏବଂ ମୋ ପରିବାର ଦ୍ୱିତୀୟ ।

ଅନ୍ୟ ନେତାଙ୍କ ତୁଳନାରେ ୪୪ବର୍ଷିୟ ୟୁକ୍ରେନ ଭୋଲୋଡିମିର ଜେଲେନସ୍କିଙ୍କ ଜୀବନ ଏବଂ କ୍ୟାରିୟର କଷ୍ଟସାଧ୍ୟ ବୋଲି ଜଣାଯାଇଛି । ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସେ ଅନେକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ୨୦୦୦ରେ କଳିଭ ନ୍ୟାସନାଲ ଇକୋନୋମିକ୍ ୟୁନିଭରସିଟିରୁ ଆଇନ ଡିଗ୍ରୀ ହାସଲ କରିଥିଲେ ।

ୟୁକ୍ରେନର ପ୍ରଥମ ଲେଡି ଏବଂ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପତ୍ନୀ ହେଉଛନ୍ତି ଓଲେନା ଭୋଲୋଡିମିରିଭନା ଜେଲେନସ୍କା । ଓଲେନା, ୟୁକ୍ରେନ ସ୍ଥପତି, ସ୍କ୍ରିନ୍ ରାଇଟର୍ । ଡିସେମ୍ବର ୨୦୧୯ ରେ, ଜେଲେନସ୍କା ଫୋକସ୍ ମାଗାଜିନ ଦ୍ୱାରା ୧୦୦ ଟି ପ୍ରଭାବଶାଳୀ ୟୁକ୍ରେନୀୟ ତାଲିକାରେ ୩୦ ତମ ସ୍ଥାନ ଅଧିକାର କରିଥିଲେ ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ ପତ୍ନୀ ଓଲେନାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ତାଙ୍କ ଝିଅର ନାମ ଆଲେକ୍ସଜାଣ୍ଡାର ଏବଂ ପୁଅର ନାମ କିରିଲୋ । ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ତାଙ୍କ ପରିବାର ସହିତ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଉଭୟ ପିଲା ନଜର ଆସିଛନ୍ତି ।

Leave a comment