ଦେଶ ଛାଡିବିନି, ମୋତେ ଗୁଳିଗୋଳା ଦିଅ’- ଜେଲେନସ୍କି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ୟୁକ୍ରେନ ପୁରା ଦମରେ ଋଷର ସାମ୍ନା କରୁଛି । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଏକ ବଡ ବୟାନ ଦେଇଛନ୍ତି । ସେ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ।
ଜେଲେନସ୍କି କହିଛନ୍ତି ଯେ, ସେ ଆମେରିକା ଛାଡିବେ ନାହିଁ । ଏହାସହ ସେ ଆମେରିକାର ପ୍ରସ୍ତାବକୁ ଖଣ୍ଡନ କରିଛନ୍ତି । ଏପରିକି ତାଙ୍କୁ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଦରକାର ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଆମେରିକା ଜେଲେନସ୍କିଙ୍କୁ ଦେଶ ଛାଡିଦେବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସ୍ପଷ୍ଟ ଭାବେ ଏହାକୁ ଖାରଜ କରିଦେଇଛନ୍ତି ଜେଲେନସ୍କି । ତାଙ୍କ କହିବାନୁସାରେ, ସେ ଡରି ପଳାଇବା ଲୋକ ନୁହେଁ । ଋଷ ସେନା ରାଜଧାନୀ କିଭକୁ କବଜା କରିନି । ଯଦି ସାହାଯ୍ୟ କରିବାକୁ ଚାହୁଁଛ ତେବେ ଗୁଳିଗୋଳା ଦିଅ ବୋଲି ସେ ଜୋ ବାଇଡେନଙ୍କୁ କହିଥିଲେ ।
ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଋଷ ସେନା ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି । ରାଜଧାନୀ କିଭରେ ମଧ୍ୟ ପୁଟିନଙ୍କ ସେନା ପଶିଲେଣି । ତେବେ ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଋଷକୁ କାଉଣ୍ଟର୍ ଦେଉଛି ।