ତୃତୀୟ ସମନ୍ୱୟ ବୈଠକ ଶେଷ ସ୍ବାସ୍ଥ୍ୟ, ପରିମଳ ଓ ଯାତ୍ରୀଙ୍କ ରହଣି ବ୍ୟବସ୍ଥା ଉପରେ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରାର ତୃତୀୟ ସମନ୍ବୟ ବୈଠକ ଗୁରୁବାର ଶେଷ ହୋଇଛି । ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ସମ୍ପର୍କରେ ଆଲୋଚନା କରାଯାଇଛି । ଏହି ସମୟରେ ପ୍ରଶାସନିକ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ବିଶେଷକରି ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ରାସ୍ତାଘାଟ, ସ୍ବାସ୍ଥ୍ୟ, ପରିମଳ, ବିଦ୍ୟୁତ୍‌ ସେବା, ପରିବହନ, ରେଳ ଚଳାଚଳ, ଯାତ୍ରୀଙ୍କ ରହଣି ବ୍ୟବସ୍ଥା କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି ।

ଏତଦ୍‌ବ୍ୟତୀତ ରଥ ନିର୍ମାଣଠାରୁ ରଥ ଦଉଡ଼ି ଯୋଗାଣ, ଶୃଙ୍ଖଳିତ ନୀତିକାନ୍ତି, ସହ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ପୁରୀରେ ଝାଡ଼ାବାନ୍ତିର ଆଶଙ୍କା ଥିବାରୁ ଆଗୁଆ ସ୍ୱାସ୍ଥ୍ୟ ଟିମ୍ ଏଠାରେ ମହଜୁଦ ରହିବେ ବୋଲି ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି ଏଥିସହ ପୁରୀ ରେଳ ଷ୍ଟେସନର ପୁନରୁଦ୍ଧାର ୨୫ ସୁଦ୍ଧା ଶେଷ କରାଯିବ । ରଥଯାତ୍ରାବେଳେ ପୁରୀକୁ ଅଧିକ ୨୦୦ ବସ୍ ଚାଲିବ। ତେଣୁ ଭୁବନେଶ୍ୱର ଉତ୍ତରା ଛକ ଠାରୁ ବେଆଇନ୍ ଦୋକାନ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment