ତୃତୀୟ ଟି-୨୦: ପ୍ଲେଇଙ୍ଗ୍ ୧୧ରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ତୃତୀୟ ଟି-୨୦ ମ୍ୟାଚ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ରେ ଭାରତୀୟ ଦଳ ପାଇଁ ଆଜି କର ବା ମର ମ୍ୟାଚ୍ ପୂର୍ବ ଦୁଇ ମ୍ୟାଚ୍ରେ ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହାତେଇ ନେଇଥିବା ବେଳେ ୦-୨ରେ ଆଗୁଆ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ଆଜିର ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଚେଷ୍ଟା କରିବ । ବିଶାଖାପାଟଣାରେ ଆୟୋଜିତ ଏହି ମ୍ୟାଚ୍ ହାରିଲେ ସିରିଜ୍ ହାରିବ ଟିମ୍ ଇଣ୍ଡିଆ । ତେବେ ଭାରତୀୟ ଦଳରେ ଆଜିର ମ୍ୟାଚ୍ ପାଇଁ କିଛି ପରିବର୍ତ୍ତନ କରାଯିବା ଅନୁମାନ କରାଯାଉଛି ।
ପୂର୍ବ ଦୁଇ ଟି-୨୦ ମ୍ୟାଚ୍ରେ ଅକ୍ଷର ପଟେଲ୍ଙ୍କ ପ୍ରଦର୍ଶନ ସେତେଟା ଖାସ୍ ନାହିଁ । ପ୍ରଥମ ମ୍ୟାଚ୍ରେ ୪ ଓଭରରେ ସେ ୪୦ ରନ୍ ଦେଇଛନ୍ତି ଏବଂ ଗୋଟିଏ ୱିକେଟ୍ ନେଇଛନ୍ତି । ଦ୍ୱିତୀୟ ମ୍ୟାଚ୍ରେ ସେ ଗୋଟିଏ ଓଭରରେ ୧୯ ରନ୍ ଦେଇଛନ୍ତି । ତାଙ୍କର ଭଲ ବ୍ୟାଟିଂ ପୋଜିସନ୍ ମଧ୍ୟ ନାହିଁ । ତାଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ପ୍ଲେଇଙ୍ଗ୍ ୧୧ରେ ସାମିଲ୍ କରାଯାଇପାରେ । ଯିଏକି ଭଲ୍ ବ୍ୟାଟିଂ ସାଙ୍ଗକୁ ଅଫ୍ ସ୍ପିନ୍ର ବିକଳ୍ପ ଭାବେ ଖେଳି ପାରନ୍ତି। ତୃତୀୟ ଟି-୨୦ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଦ୍ୱିତୀୟ ପରିବର୍ତ୍ତନ ଜଣେ ବୋଲରଙ୍କୁ କରାଯାଇପାରେ । ଅର୍ଶଦୀପ ସିଂହଙ୍କୁ ପ୍ଲେଇଙ୍ଗ-୧୧ରେ ସ୍ଥାନ ମିଳିପାରେ । ଡେଥ୍ ଓଭରରେ ସେ ୟର୍କର ମାରି ରନ୍ ବଞ୍ଚାଇ ପାରନ୍ତି । ଏଥିସହିତ ୱିକେଟ୍ ବାହାର କରିପାରନ୍ତି । ଏହାଛଡ଼ା ଟିମ୍ ମ୍ୟାନେଜମେଣ୍ଟ ଆଉକିଛି ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଟିମ୍ ଇଣ୍ଡିଆ ପ୍ଲେଇଙ୍ଗ୍ ୧୧
ଇଶାନ କିଶନ, ଋତୁରାଜ ଗାଇକୱାଡ, ଶ୍ରେୟାସ ଆୟର, ଋଷଭ ପନ୍ତ (କ୍ୟା), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଦୀପକ ହୁଡ୍ଡା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ