ତୃତୀୟ ଲହର ଆସିଲେ କୌଣସି ଅସୁବିଧା ନାହିଁ : DMET

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ବାସ୍ଥ୍ୟ ବିଭାଗ । ପ୍ରାଥମିକ ଦାୟିତ୍ବ ଅଭିଭାବକଙ୍କର । ସେମାନେ ଜଣାଇବା ଦରକାର ଯେ, ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ବର ହୋଇଛି। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପିଲାମାନେ ନେଇଥିବା ଟିକା କୋଭିଡ୍ ଟିକା ନୁହେଁ। ତେଣୁ ବାପା-ମା’ ସାବଧାନ ରୁହନ୍ତୁ । ତୃତୀୟ ଲହର ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ, ଅକ୍ସିଜେନ କନସନଟ୍ରେଟର ମହଜୁଦ ଅଛି। ଯଦି କୌଣସି ପରିସ୍ଥିତିରେ ତୃତୀୟ ଲହର ଆସେ କୌଣସି ଅସୁବିଧା ହେବନାହିଁ ।

Leave a comment