ବୈବାହିକ ଜୀବନରେ ଆସୁଥିବା ସମସ୍ୟାକୁ ରୋକିପାରିବ ଏହି ଵାସ୍ତୁ ଟିପ୍ସ
ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ । କାରଣ ଯଦି ବୈବାହିକ ଜୀବନ ଠିକ୍ ରହେ ତେବେ ବ୍ୟକ୍ତି ଜୀବନର ପ୍ରତି କ୍ଷେତ୍ରରେ ଉନ୍ନତି ହୋଇଥାଏ । ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।
ଘରର ମୁଖ୍ୟ ବେଡରୁମ ଘରର ଦକ୍ଷିଣ-ପଶ୍ଚିମ ବା ଉତ୍ତର-ପଶ୍ଚିମ ଦିଗରେ ହେବା ଦରକାର । ଯଦି ଘରର କୌଣସି ରୁମ ଉପର ତାଲାରେ ରହିଛି ତ ବେଡରୁମକୁ ଉପର ତାଲାର ଦକ୍ଷିଣ-ପଶ୍ଚିମ କୋଣରେ ହେବା ଦରକାର ।
-ବେଡ ଆଗରେ ଆଇନା ଲଗାନ୍ତୁ ନାହିଁ ।
– ଡବଲ ବେଡର ଗଦି ଦୁଇ ଭାଗରେ ନ ହେଉ ।
-ବେଡ ରୁମରେ କୌଣସି ପ୍ରକାର ଧାର୍ମିକ ଚିତ୍ର ଲଗାନ୍ତୁ ନାହିଁ ।
– ବେଡ ରୁମରେ ଲାଲ ରଂଗର ବଲ୍ଵ ଲଗାନ୍ତୁ ନାହିଁ ।
-ଦମ୍ପତିଙ୍କୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଶୟନ କରିବା ଉଚିତ୍ ।
-ପତି-ପତ୍ନୀ ଶୟନ କକ୍ଷରେ ଗୋଲାପି, ହାଲକା ସବୁଜ, ହଳଦିଆ ଓ ନୀଳ ରଂଗ ବାଛନ୍ତୁ ।
-ବେଡ ରୁମରେ କାଠର ବେଡ ଚୟନ କରନ୍ତୁ । ଫଳରେ ସମ୍ପର୍କରେ ମଧୂରତା ଆସିବ ।
-ବେଡରୁମରେ ଯେଉଁ ମୂର୍ତ୍ତି ରଖିବେ ତାହା ଯୁଗ୍ମ ହେବା ଦରକାର । ଯେମିତି ପାରା ଯୋଡା ଲଗାନ୍ତୁ ।
-ବେଡରୁମରେ ରଧା-କୃଷ୍ଣ ଫଟୋ ଲଗାଇପାରିବେ । ଫଳରେ ସମ୍ପର୍କ ମଜବୁତ ହେବ ।
-ପତି-ପତ୍ନୀ ନିଜ ଫଟୋ ପଶ୍ଚିମ ଦିଗରେ ଲଗାଇପାରିବେ ।