ରୋଷେଇ ଘରେ ବ୍ୟବହାର ହେଉଥିବା ଏହି ୪ ଟି ଜିନିଷ କେବେହେଲେ କାହାକୁ ଦେବେ ନାହିଁ, ନହେଲେ ହୋଇଯିବେ କାଙ୍ଗାଳ
ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ। ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ। ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ କରିବା ଉଚିତ ନୁହେଁ।
ହଳଦୀ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥାଏ। ଘରେ ହଳଦୀ ସରିବାକୁ ଗୁରୁ ଦୋଷ ସହ ଯୋଡାଯାଇଥାଏ। ଗୁରୁ ଦୋଷ ଲାଗିଲେ ଘରେ ଧନର ଅଭାବ ଦେଖାଦିଏ। କ୍ୟାରିୟରରେ ଅସଫଳତା ମିଳିଥାଏ। ଏଣୁ ରୋଷେଇ ଘରୁ ହଳଦୀ କାହାକୁ ଦାନ ଦେବା ଉଚିତ ନୁହେଁ ନା କାହାଠାରୁ ଉଧାରରେ ଆଣିବା ଉଚିତ।
ଚାଉଳ: ଚାଉଳର ସମ୍ପର୍କ ଶୁକ୍ର ଗ୍ରହ ସହ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖର କାରକ। ଘରେ ଚାଉଳ ସରିବା ଶୁକ୍ର ଦୋଷକୁ ସୂଚାଏ। ଏହି ଦୋଷ ଲାଗିଲେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଦାମ୍ପତ୍ୟ ଜୀବନରେ ନାନାଦି ଝଡ଼ ଆସିଥାଏ। ଏଥିପାଇଁ ଘରୁ କେବେହେଲେ ଚାଉଳ ସରିବା ଉଚିତ ନୁହେଁ। ଚାଉଳ ସେତେବେଳେ ଦାନ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଅଧିକ ଥିବ।
ଲୁଣ: ରୋଷେଇଘରେ ଲୁଣ କେବେହେଲେ ସରିବା ଅନୁଚିତ। ଲୁଣ ଡ଼ବା ସରିବା ପୂର୍ବରୁ ତାକୁ ପୁଣିଥରେ ଭରି ଦିଅନ୍ତୁ। କାରଣ ଲୁଣ ରାହୁଙ୍କ ପଦାର୍ଥ। ଲୁଣ ସରିଗଲେ ରାହୁଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଜୀବନକୁ କଷ୍ଟରେ ଭରିଦିଏ। ହଠାତ ବିପଦ ମାଡ଼ି ଆସିପାରେ। ଏଣୁ ଲୁଣ ଦାନ ଦିଅନ୍ତୁ ନାହିଁ ନା ଉଧାର ଭାବେ ଆଣନ୍ତୁ।
ସୋରିଷ ତେଲ: ଘରେ ଥିବା ସୋରିଷ ତେଲ ସହ ଶନି ଗ୍ରହର ସମ୍ପର୍କ ଥାଏ। ଏଣୁ ରୋଷେଇ ଘରୁ ଏହି ତେଲ କେବେହେଲେ ସରିବା ଅନୁଚିତ। ଏପରି ହେଲେ ଆପଣ ଶନିର ପ୍ରକୋପର ଶିକାର ହୋଇପାରନ୍ତି। ଡବାରୁ ତେଲ ସରିବା ପୂର୍ବରୁ ତେଲ ଭରି ନିଅନ୍ତୁ। ଏହାଛଡ଼ା ଏହି ତେଲକୁ ମଙ୍ଗଳବାର ଏବଂ ଶନିବାର ଘରକୁ ଆଣନ୍ତୁ ନାହିଁ। ନା କାହାକୁ ଏହିଦିନ ଦାନରେ ଦିଅନ୍ତୁ।