ଏହି ୪ କାମ ଖାଲି ପେଟରେ କରିବା କଥା ନୁହେଁ

0

angryସକାଳୁ ଖାଲି ପେଟରେ ରହି ନପାରି କିଛି ବି ଖାଉଥିଲା ବେଳେ ଆଉ କେହି କିଛି ବି ଖାଇ ନଥାନ୍ତି। ସକାଳୁ ଖାଲି ପେଟରେ ଯାହା ତାହା କରିବା କଥା ନୁହେ। ଯଦି ଆପଣ ସକାଳୁ ଖାଲି ପେଟରେ ଏହି ୪ କାମ କରୁଛନ୍ତି ତ ଶରୀର ପାଇଁ ହୋଇପାରେ ବଡ ବିପଦ। ଆସନ୍ତୁ ଜାଣିବା ସକାଳେ ଖାଲି ପେଟରେ କେଉଁ ୪ କାମ କରିବା କଥା ନୁହେଁ।
1. ଖାଲି ପେଟରେ ମଦ ପିଅନ୍ତୁ ନାହିଁ : ଯଦି ଆପଣଙ୍କ ପେଟରେ ଖାଦ୍ୟ ନାହିଁ ତ ଆପଣ ଖାଲି ପେଟରେ ମଦ ପିଅନ୍ତୁ ନାହିଁ। କାରଣ ଏହା ସିଧା ବ୍ଲଡ଼ ଷ୍ଟ୍ରିମକୁ ଯାଇଥାଏ। ଏହା କିଡ୍ନୀ, ଲିଭର, ଲଙ୍ଗସ ଓ ବ୍ରେନକୁ ସିଧା ପ୍ରଭାବିତ କରିଥାଏ। ବେଳେ ବେଳେ ନଷ୍ଟ ବି କରିଥାଏ।
2. ଖାଲି ପେଟରେ ରାଗନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ରାଗୁଛନ୍ତି ତ ଏହାର ପ୍ରଭାବ ବ୍ଲଡ଼ ସୁଗାର ଲେବଲ ଉପରେ ପଡିଥାଏ। ଯଦି ସକାଳୁ କିଛି ଖାଇ ନିଅନ୍ତି ତ ରାଗ କମ ଆସିଥାଏ। ତେଣୁ ଖାଲି ପେଟରେ ରାଗ କରିବା କଥା ନୁହେଁ।
3. ସକାଳୁ ଖାଲି ପେଟରେ ପିଅନ୍ତୁ ନାହିଁ କଫି : ଯଦି ଆପଣ ସକାଳୁ ଖାଲି ପେଟରେ କଫି ପିଅନ୍ତି ତ ପେଟରେ ଏସିଡ ସୃଷ୍ଟି ହୁଏ। କାରଣ କଫି ରେ ଥିବା ତତ୍ତ୍ୱ ପେଟରେ ହାଇଡ୍ରୋକ୍ଳରିକ ଏସିଡ ବଢ଼ାଇଥାଏ। ତେଣୁ ସକାଳେ ଖାଲିପେଟରେ କଫି ନ ନେବା ଉଚିତ।
4. ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ : ସକାଳୁ ଖାଲି ପେଟରେ ଯଦି ଆପଣ ଚୁଇଁଗମ ଚୋବାଉଛନ୍ତି ତେବେ ପ୍ରାକୃତିକ କାରଣରୁ ପେଟରେ ହଜମ ଏଞ୍ଜାଇମ ସୃଷ୍ଟି ହେବ। ଫଳରେ ଖାଦ୍ୟ ନପାଇ ପେଟରେ ଏସିଡ ସୃଷ୍ଟି ହେବ। ଏସିଡ କାରଣରୁ ପେଟରେ ଅଳସର ବା ଘା’ ସୃଷ୍ଟି ହେବ। ଫଳରେ ବହୁ ସମସ୍ୟା ଦେଖା ଦେବ। ତେଣୁ ଖାଲି ପେଟରେ ଚୁଇଁଗମ ଚୋବନ୍ତୁ ନାହିଁ।

Leave a comment