ଓଡ଼ିଶାରେ ହେବନି ମଦ ବ୍ୟାନ୍‌

0

ଓଡ଼ିଶାରେ ହେବନି ମଦ ବ୍ୟାନ୍‌। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ। ରାଜ୍ୟର ନୂଆ ସରକାରଙ୍କ ଏନେଇ କୌଣସି ଯୋଜନା ନ ଥିବା ସେ କହିଛନ୍ତି। ବୁଧବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାର ମଦ ବନ୍ଦ ହେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ।

ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଢ଼ିବା ପରେ ଆସନ୍ତା ଅଗଷ୍ଟ ୧୫ରୁ ଓଡ଼ିଶାରେ ମଦ କାରବାର ନିଷିଦ୍ଧ ହେବ ବୋଲି କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅସ୍ବୀକାର କରାଯାଇଥିଲା। ଆଉ ଗୁରୁବାର ଅବକାରୀ ବିଭାଗ ତରଫରୁ ମଧ୍ୟ ମନ୍ତ୍ରୀଙ୍କ ବୟାନକୁ ଖଣ୍ଡନ କରାଯାଇଛି। ତେବେ ରାତିରେ ମଦ ବ୍ୟାନ ନେଇ ମନ୍ତ୍ରୀଙ୍କ ବୟାନ ଓ ସକାଳୁ ତାହାକୁ ବିଭାଗ ଦ୍ୱାରା ଖଣ୍ଡନ କରିବା କାହା ମଧ୍ୟରେ ତାଳମେଳ ରହୁନାହିଁ।

ସୂଚନାଥାଉ କି, ମଦ ବ୍ୟବସାୟରୁ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ବ ସଂଗ୍ରହ କରୁଛନ୍ତି।ହେଲେ ବିଭାଗ ଯଦି ମଦ ବନ୍ଦ କରିବ ତେବେ ରାଜସ୍ବ ହାନୀର ଆଶଙ୍କା ରହିଛି। କାରଣ ମଦ ବିକ୍ରିରୁ ୨୦୨୪-୨୫ରେ ୧୦ ହଜାର କୋଟି ଟଙ୍କା ସରକାର ପାଇଥିବା ଜଣାପଡ଼ିଛି।

ସେହିପରି ୨୦୨୩-୨୪ ବର୍ଷରେ ଅଗଷ୍ଟ ମାସ ସୁଦ୍ଧା ୨ ହଜାର ୬୫୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ୨୦୨୨-୨୩ରେ ୬ ହଜାର ୪୫୫ କୋଟି, ୨୦୨୧-୨୨ରେ ୫ ହଜାର ୫୨୯ କୋଟି ଏବଂ ୨୦୨୦-୨୧ରେ ରାଜସ୍ବ ଆଦାୟ ହୋଇଥିଲା ୪ ହଜାର ୫୩ କୋଟି। କୋଭିଡ-୧୯ ମହାମାରୀ ବାଦ୍‌ ବି ମଦ ଦ୍ୱାରା ସରକାରଙ୍କ ରାଜସ୍ବ ସଂଗ୍ରହରେ କୌଣସି କ୍ଷତି ହୋଇ ନ ଥିଲା। ୨୦୧୨-୧୩ରେ ୧ଲକ୍ଷ ୩୭ହଜାର ୯୯୧ ଟଙ୍କା ରାଜସ୍ବ ସଂଗ୍ରହ

ହୋଇଥିଲା। କିନ୍ତୁ ୨୦୨୨-୨୩ରେ ତାହା ବଢି ୬ହଜାର ୪୫୫କୋଟିରେ ପହଞ୍ଚିଥିଲା। ଯାହା ରାଜସ୍ବ ସଂଗ୍ରହର ୩୬୭ଶତକଡା।

ସର୍ବାଧିକ ରାଜସ୍ୟ ଭାରତ ନିର୍ମିତ ବିଦେଶୀ ମଦ(IMFL) ଓ ବିୟରରେ ଅଧିକ ଟିକସ ଲଗାଇବା ଦ୍ୱାରା ଆସିଥାଏ। ରାଜ୍ୟରେ ୧୯ ଶହ ୨୮ଟି କିସମର ମଦ ଦୋକାନ ରହିଛି। ସରକାରୀ ସ୍ବୀକୃତିପ୍ରାପ୍ତ ମଦ ଦୋକାନ ମଧ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧୬୩, ଠିପି ଖୋଲା ମଦ ଦୋକାନ ୭୦୨, ଠିପି ଖୋଲା କ୍ଲବ ୧୯, ବିୟର ପାର୍ଲର ୫୬ ଏବଂ ୩୬ ମିଲିଟାରୀ କ୍ୟାଣ୍ଟିନ ରହିଛି।

Leave a comment