‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲ ହେବ ନବକଳେବର

0

‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିକରଣ କାର୍ଯ୍ୟ କରାଯିବ । ଏଠି ପାଇଁ ସରକାର ୭୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି । ବିଗତ କିଛି ବର୍ଷରେ ରାଜ୍ୟରେ ୭ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ ୪ଟି ପାଇଁ ପଦକ୍ଷେପ ନିଆଯାଉଛି ।

କଳାହାଣ୍ଡି , ତାଳଚେର, ଯାଜପୁର , କନ୍ଧମାଳ । ସେହିପରି ଅନୁଗୁଳ , ବଡ଼ବିଲ, ଝାରସୁଗୁଡା ଏବଂ ଭଦ୍ରକରେ ମେଡିକାଲ କଲେଜ ବଦଳରେ ପିପିପି ମୋଡ଼ରେ ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ୨୦୨୩ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ଝାରସୁଗୁଡା ଠାରେ ସ୍ଵତନ୍ତ୍ର କ୍ୟାନ୍ସର ଓ ହୃଦ ରୋଗ ହସ୍ପିଟାଲ ପିପିପି ମୋଡ଼ରେ ଆରମ୍ଭ କରାଯିବ । ରାଜ୍ୟରେ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ପୂରଣ କରାଯିବ । ୩ ହଜାର ଡାକ୍ତର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇଛି । ସେପ୍ଟେମ୍ବର ମାସ ସୁଦ୍ଧା ନିଯୁକ୍ତି ପତ୍ର ଦିଆଯିବ । ଏହା ପରେ ଆଉ ୫ ହଜାର ପଦବୀ ପାଇଁ ଓପିଏସସି ଅଧୀନରେ ଚୟନ କରାଯାଇ ନିଯୁକ୍ତି ଦିଆଯିବାକୁ ଯୋଜନା କରାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ । ସେହିପରି ବିଏସକେୱାଇକୁ ସମ୍ପ୍ରସାରଣ କରାଯାଉଛି। ରାଜ୍ୟ ବାହାରେ ୫୦୦ ହସ୍ପିଟାଲକୁ ବିଏସକେୱାଇରେ ସାମିଲ କରାଯାଇଛି । ଏବଂ ପ୍ରତ୍ୟେକ ଦିନ ନୂଆ ନୂଆ ହସ୍ପିଟାଲକୁ ସାମିଲ କରିବାକୁ କାର୍ଯ୍ୟ ଜାରି ରହିଛି । ବିଏସକେୱାଇରେ ଏବେ ଯାଏ ରାଜ୍ୟରେ ୯୬.୫ ଲକ୍ଷ ପରିବାରରୁ ୯୭ ପ୍ରତିଶତ ଲୋକେ ଉପକୃତ ହେଉଛନ୍ତି ।

Leave a comment