କୁବେର ଅଧିକ୍ଷଣ ଯନ୍ତ୍ରୀ ଆଶିଷଙ୍କ ଘରୁ ସରୁନି ସମ୍ପତ୍ତି ହିସାବ୍

୧୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି, ୨କେଜି ୧୦୦ ଗ୍ରାମ ସୁନା ଠାବ

0

ଭୁବନେଶ୍ୱର : ଯେତେ ଖୋଳିଲେ ସେତେ ବାହାରୁଛି । ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରୁ ମିଳିଛି ୨କେଜି ୧୦୦ ଗ୍ରାମ ସୁନା । ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ବ୍ରାଞ୍ଚ ଲକରରୁ ୮୯୯ ଗ୍ରାମ ସୁନା ଜବତ ହୋଇଛି। ଆଜି ଗୁଣୁପୁର ଓ ରାୟଗଡ଼ାରେ ଥିବା AXIS ବ୍ୟାଙ୍କର ଲକର ଯାଞ୍ଚ ହେବ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ମ ଦିନରେ ବି ଭିଜିଲାନ୍ସ ଚଢାଉ ଜାରି ରହିଛି।

ଏ ପର୍ଯ୍ୟନ୍ତ ୧୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଚଢଉରେ ଜବତ ହୋଇଛି ଆଖି ଟେରା କରିବା ଭଳି ସମ୍ପତ୍ତି। ବିଭିନ୍ନ ଇନ୍ସୁରାନ୍ସ ଓ ଫିକ୍ସ ଡିପୋଜିଟ ୪ କୋଟି ଟଙ୍କାର ଥିବା ଜଣାପଡିଛି।

Leave a comment