ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ – ବିକ୍ରମ କେଶରୀ ଆରୁଖ

0

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଧାନସଭାରେ ବିବୃତ୍ତି ଦେଲେ ରାଜ୍ୟ ସରକାର। ବାଚସ୍ପତିଙ୍କ ରୁଲିଂ କ୍ରମେ ବିବୃତ୍ତି ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାପୂର୍ବରୁ ଶ୍ରୀମନ୍ଦିର ପ୍ରକଳ୍ପ ନେଇ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ସମସ୍ତେ ମିଳିମିଶି ନିଷ୍ଠାର ସହ କାମ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିରର କିଛି କ୍ଷୟକ୍ଷତି ହେବା ଆଶଙ୍କା ନାହିଁ। ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ହେବନାହିଁ ।

ଶ୍ରୀମନ୍ଦିର ଚାରିପାଖେ ଗାତ ଖୋଳାଯିବାକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଅମୂଳକ । କାରଣ ଶ୍ରୀମନ୍ଦିର ପ୍ରତି ଯେଉଁ ବିପଦ ଆଶଙ୍କା କରାଯାଉଛି ସେମିତି କିଛି ହେବାର ନାହିଁ। ଗୃହ କମିଟି ଗଠନ ନେଇ ବିରୋଧୀ ଦଳଙ୍କ ଦାବି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି।
ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବିଧାନସଭାର ବିଭିନ୍ନ କମିଟି ଗଠନ ହେବ । ସେହି ସମୟରେ ଶ୍ରୀମନ୍ଦିର ପାଇଁ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ କହିଛନ୍ତି ।

Leave a comment