ଆଇପିଏସ ସ୍ତରରେ ଅଦଳବଦଳ, ସତ୍ୟଜିତ୍ ମହାନ୍ତି ହେଲେ ଦୈତ୍ୟନଗରୀ ର ପୋଲିସ କମିଶନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସହ ୪ଟି ଜିଲ୍ଲାର ଏସପିଙ୍କ ବଦଳି ହୋଇଛି । ୱାଇ ବି ଖୁରାନିଆ ଙ୍କୁ ପରିବର୍ତ୍ତନ କରାଯାଇ ୧୯୮୮ ମସିହା ବ୍ୟାଚର ଆଇପିଏସ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାଇତ୍ୱ ଦିଆଯାଇଛି । ୱାଇ ବି ଖୁରାନିଆ ଙ୍କୁ ଅତିରିକ୍ତ ଡିଜି, ଆଇଜି ସଞ୍ଜିବ ପଣ୍ଡାଙ୍କୁ ରାଜ୍ୟ ପରିବହନ କମିଶନର, ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁରଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ଓଏସ୍ଏପି ଆଇଜି ଭାବରେ ନିଯୁକ୍ତି ମିଳିଛି ।

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏସପି ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ଭଦ୍ରକ ଜିଲ୍ଲା ଏସପି, ଭଦ୍ରକ ଏସପି ଆଇପିଏସ୍ ବାଟ୍ଟୁଲା ଗଙ୍ଗାଧରଙ୍କୁ କଳାହାଣ୍ଡି ଜିଲ୍ଲା ଏସପି ଓ କଳାହାଣ୍ଡି ଏସପି ଆଇପିଏସ୍ ମଧୁକର ସନ୍ଦୀପ ସମ୍ପଦଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ବଦଳି କରାଯାଇଛି । ଓଡ଼ିଶା ପୁଲିସ୍ ସେବାର ୨ଜଣ ଅଫିସର ଓପିଏସ୍ ଦେବପ୍ରସାଦ ଦାଶଙ୍କୁ ସୋନପୁର ଏସପି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଓପିଏସ୍ ଶଶୀଭୂଷଣ ଶତପଥୀଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି ମିଳିଛି ।

Leave a comment

You cannot copy content of this page