ଉପସ୍ଥାପିତ ହେଲା କାମଚଳା ବଜେଟ୍: ମୋଟ ୧ ଲକ୍ଷ ୬ ହଜାର ୪୯୭ କୋଟି ବ୍ୟୟବରାଦ
ଭୁବନେଶ୍ଵର : ଆଜି ବିଧାନସଭାରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥକ ବର୍ଷର କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାର ଆକାର ୧ଲକ୍ଷ ୬ ହଜାର କୋଟି ଟଙ୍କା । ଏଥିରେ ପଞ୍ଚାୟତିରାଜ ବିଭାଗ ପାଇଁ ୧୧ହଜାର ୧୨୩ କୋଟି, ଅର୍ଥ ବିଭାଗ ପାଇଁ ୧୮ହଜାର ୫୪୨ କୋଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧୦ହଜାର ୧୬୫ କୋଟିର ବ୍ୟୟବରାଦ ହୋଇଛି । ଜଳସମ୍ପଦ ବିଭାଗ ବ୍ୟବରାଦ ରହିଛି ୫୦୨୫ କୋଟି ଟଙ୍କା । ସ୍ୱାସ୍ଥ୍ୟ ବିଭାଗକୁ ୫୭୫୩ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୬ହଜାର ୪୪୪ କୋଟି, କୃଷି ପାଇଁ ୩୨୩୮ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୩୨୭୯ କୋଟି ବ୍ୟୟବରାଦ ହୋଇଛି ।
ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି । କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି। ଦେଶ ତୂଳନାରେ ଓଡିଶାର ଅଭିବୃଦ୍ଧି ହାର ବୃଦ୍ଧି ଘଟି ୯ ରୁ ୯.୫ ପ୍ରତିଶତ ରହିବାର ଆକଳନ କରାଯାଇଛି। ଦେଶର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ରହିବା ଅନୁମାନ କରାଯାଉଛି ।
ଅର୍ଥ ମନ୍ତ୍ରୀ କହିଛନ୍ତି, ୨୦୦୫-୦୬ ପରଠୁ ରାଜ୍ୟ କ୍ରମାଗତ ରାଜସ୍ଵ ବଳକା ହାସଲ କରୁଛି। ୨୦୨୨-୨୩ରେ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୧.୧୦ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ଆକଳନ କରାଯାଇଛି।
କେଉଁ ଯୋଜନା ପାଇଁ କେତେ ବ୍ୟୟବରାଦ:
ଶକ୍ତି ବିଭାଗ ପାଇଁ ୧୭୩୯ କୋଟି
ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୧୭୮୩ କୋଟି
ଉଚ୍ଚଶିକ୍ଷା ବିଭାଗ ପାଇଁ ୧୪୦୩ କୋଟି
ନିର୍ମାଣ ବିଭାଗ ପାଇଁ ୪୩୧୬ କୋଟି
ଅର୍ଥ ବିଭାଗ ପାଇଁ ୧୮,୫୪୨ କୋଟିର ବ୍ୟୟ ବରାଦ
ସ୍ୱରାଷ୍ଟ୍ର ବିଭାଗ ପାଇଁ ୩୧୮୮ କୋଟି
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୬୦୨ କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୫୭୫୩ କୋଟି
କ୍ରୀଡ଼ା ଓ ଯୁବସେବା ବିଭାଗକୁ ୩୦୦ କୋଟି
ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୩୨୫୪ କୋଟି
ବିଜୁ ଏକ୍ସପ୍ରେସ େଓ୍ଵ ପାଇଁ ୩୦୦ କୋଟି
ପୁରୀ ଅବଢ଼ା ଯୋଜନା ପାଇଁ ୧୪୦୮ କୋଟି
ଏକାମ୍ର ଯୋଜନା ପାଇଁ ୨୦୦ କୋଟି
ସମଲେଇ ଯୋଜନା ପାଇଁ ୨୦୦ କୋଟି
ବିଜୁସେତୁ ଯୋଜନା ପାଇଁ ୧୬୮୮ କୋଟି
PMGSY ପାଇଁ ୧୧୦୦ କୋଟି
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୬୭୫ କୋଟି
କାଳିଆ ଯୋଜନା ପାଇଁ ୧୮୭୪ କୋଟି