ବାହାନଗାର ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ
ବାଲେଶ୍ବର ବାହାନଗା ପରିଦର୍ଶନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆସିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗାରେ ବିକାଶ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ବାହାନଗାର ବିକାଶ ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ପ୍ରଦାନ କରାଯିବ। ସେହିପରି ବାହାନଗା ମେଡ଼ିକାଲର ଉନ୍ନତି ପାଇଁ ରେଲୱେ ପାଣ୍ଠିରୁ ୧ କୋଟି ଦିଆଯିବ। ବାହାନଗା ରେଳ ଦୁର୍ଘଟଣାରେ ସାହାଯ୍ୟ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ବୈଷ୍ଣବ ପ୍ରକାଶ କରିଛନ୍ତି।