ଟ୍ରକକୁ ୨ଲକ୍ଷ ୬୩ ହଜାର ୫୦୦ ଟଙ୍କା ଫାଇନ୍

0

ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟ୍ରକକୁ ୨ ଲକ୍ଷ ଫାଇନ୍। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପରିବହନ ବିଭାଗ। ଗତକାଲି ଟ୍ରକକୁ ଜବତ କରିଥିଲା RTO-2।

ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ ବିନା ଲାଇସେନ୍ସରେ ୧୦ ହଜାର, ପଲ୍ୟୁସନ ପାଇଁ ୧୦ହଜାର ଓ ଅନ୍ୟାନ୍ୟ ଫାଇନ୍କୁ ମିଶାଇ ମୋଟ ୨ଲକ୍ଷ ୬୩ହଜାର ୫୦୦ଟଙ୍କ ଜବତ କରାଯାଇଛି।

Leave a comment