ଟ୍ରକ ଓଲଟି ଚାଲିଗଲା ୧୦ ଜୀବନ

0

ଲଖନଉ : ଗୁରୁବାର ଉତରପ୍ରଦେଶର ପିଲିଭୀତ ଜିଲାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।

ସୂଚନା ଯୋଗ୍ୟ, ପିଲିଭୀତର ଗଜରୌଲା ଥାନା ଅଂଚଳରେ ଏକ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଗଛରେ ପିଟି ହେବା ପରେ ରାସ୍ତା ଉପରେ ଓଲଟି ପଡିଥିଲା। ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଟ୍ରକରେ (ଡାଲା ଥିବା ଟ୍ରକ)ଲୋକେ ହରିଦ୍ୱାରରୁ ଗଙ୍ଗା ସ୍ନାନ କରି ଫେରୁଥିଲେ ବୋଲି ଜଣାପଡିଛି। ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଲୋକେ ଲଖିମପୁରର ଗୋଲାର ବାସିନ୍ଦା ବୋଲି କୁହାଯାଉଛି।

Leave a comment