ରିଲିଜ ହେଲା ବହୁ ପ୍ରତିକ୍ଷିତ ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଭର୍ସନର ଟ୍ରେଲର, ଏହି ଦିନ ରିଲିଜ ହେବ ଫିଲ୍ମ,ଦେଖନ୍ତୁ ଭିଡିଓ

0

ଆଜି ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଭର୍ସନର ଟ୍ରେଲର ରିଲିଜ୍‌ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ ହିନ୍ଦୀ ଭାଷାରେ ଆସିବ। ‘ଦମନ’ର ଅଫିସିଆଲ୍‌ ଟ୍ରେଲର୍‌କୁ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ସେୟାର କରିଛି ‘ପାନୋରାମା ଷ୍ଟୁଡିଓଜ୍‌’।

ଏହି ଫିଲ୍ମଟି ଆସନ୍ତା ମାସ ୩ ତାରିଖରେ ରିଲିଜ୍‌ ହେବ ବୋଲି ପାନୋରାମା ଷ୍ଟୁଡିଓଜ୍ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୫ ମସିହାରେ ଏକ ସରକାରୀ ମେଡିକାଲ କଲେଜରୁ ନିଜର ଏମ୍‌ବିବିଏସ୍‌ ପୂରା କରି ଯୁବ ଡାକ୍ତର ସିଦ୍ଧାର୍ଥ ମହାନ୍ତି ଆଦିବାସୀମାନଙ୍କ ଅଞ୍ଚଳ ମାଲକାନଗିରିରେ ‌ନିଯୁକ୍ତ ହେଉଛନ୍ତି। ଡାକ୍ତର ସିଦ୍ଧାର୍ଥ ନିଯୁକ୍ତ ହେଇଥିବା ‘ଜାନବାଇ ପିଏଚ୍‌ସି’ ଅଧୀନରେ ୧୫୧ଟି ଗାଁ ଯାଉଥିବା ବେଳେ ପୂରା ଅଞ୍ଚଳ ରହିଛି ନକ୍ସଲ୍‌ଙ୍କ କବ୍ଜାରେ। କେବଳ ସେତିକି ନୁହେଁ, ସେହି ଅଞ୍ଚଳ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ପ୍ରଥମେ ଡାକ୍ତର ସିଦ୍ଧାର୍ଥ ସେ ସ୍ଥାନ ଛାଡ଼ି ପଳେଇ ଆସିବାକୁ ଚିନ୍ତା କରି ପରେ ସେ ଅଞ୍ଚଳରେ ବ୍ୟାପିଥିବା ମେଲେରିଆର ନିରାକରଣ ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି। ଅଣଶିକ୍ଷିତ ଲୋକଙ୍କ ଅନ୍ଧବିଶ୍ବାସ ଓ ରୋଗ ସହ ଲଢ଼ି ଲଢ଼ି ଶେଷରେ ସେ ମ୍ୟାଲେରିଆ ପରି ଏକ ରୋଗକୁ ନିୟନ୍ତ୍ରଣକୁ ଆଣନ୍ତି। ଏହା ଏକ ସତ କାହାଣୀ ହୋଇଥିବା ବେଳେ ଚଳଚ୍ଚିତ୍ରଟି ଏହାର ଆଧାରରେ ନିର୍ମିତ ହୋଇଛି।

 

Leave a comment