ଆଗାମୀ ୩ ଦିନ ଯାଏଁ ବୃଦ୍ଧି ପାଇବ ତାପମାତ୍ରା

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଆଗାମୀ ୩ଦିନ ଯାଏ 3ରୁ 4ଡିଗ୍ରୀ ଯାଏ ବୃଦ୍ଧି ପାଇବ ତାପମାତ୍ରା। ବିଶେଷକରି ପଶ୍ଚିମ ଓଡିଶାର 10ଟି ସହରରେ ପାରଦ 40ଡିଗ୍ରୀ ଟପିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା 43ଡିଗ୍ରୀ ରେର୍କଡ କରାଯାଇଛି।

ସେହିପରି ସୁବର୍ଣ୍ଣପୁରରେ 42.8, ଦେବଗଡରେ 42, ସୁନ୍ଦରଗଡରେ 42, ଝାରସୁଗୁଡାରରେ 41.6, ତାଲଚେର 41, ଟିଟିଲାଗଡରେ 41 ଏବଂ ସମ୍ବଲପୁରରେ 40 ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି। ଆଗକୁ ମଧ୍ୟ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଭୀଷଣ ତାପମାତ୍ରା ଯୋଗୁ ବାୟୁମଣ୍ଡଳରେ ଆଦ୍ରତା ବଢୁଥିବାରୁ ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତ 24ତାରିଖ ପରେ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

Leave a comment