ମାର୍ଚ୍ଚ ୨୮ରୁ ୫ ଦିନ ବଢିବ ତାତି

0

ଭୁବନେଶ୍ୱର : ରାଜ୍ୟରେ ୨୮ତାରିଖରୁ ବଢ଼ିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଲଗାତର ୪-୫ଦିନ ଏଭଳି ପାଗ ଜାରି ରହିବ। ଶନିବାର ରାଜ୍ୟର ୬ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୦.୫ ଡିଗ୍ରୀ ସେଲସିୟସ୍‌ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା। ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ବଲାଙ୍ଗୀର ୩୯.୮, ବାରିପଦା ଓ ଝାରସୁଗୁଡ଼ାରେ ୩୯.୬ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ୍‌ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରବିବାର ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

Leave a comment