ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ କରାଯାଉଛି ସର୍ଭେ

0

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଏମାର ମଠର ଖନନ ସ୍ଥଳକୁ କରାଯାଉଛି ଜିପିଆର ସର୍ଭେ। ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି। ଆଜି ଶେଷ ହୋଇଛି ସର୍ଭେ କାର୍ଯ୍ୟ।

ଏଥିରେ ତିନିଟି ମେସିନ ବ୍ୟବହାର ହେଉଥିବା ବେଳେ 5 ଜଣ ଇଂଜିନିୟର ଏବଂ 8 ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ ସାରିବାକୁ ନିର୍ଦେଶ ଦେଇଥିଲେ। ଏହି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଇଂଜିନିୟର।

Leave a comment