ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଯାଇ ଛାତ୍ର ନିଖୋଜ

ଦଶପଲ୍ଲା ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଯାଇଥିବା ଛାତ୍ର ନିଖୋଜ। ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର୍ ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ୟୁନିଫର୍ମରେ ଆସିନଥିବାରୁ ପରୀକ୍ଷା ଦେଇ ପାରିବ ନାହିଁ ବୋଲି ଶିକ୍ଷକ ମନା କରିଥିଲେ। ଏହାପରେ ପ୍ରଦୀପ କେଉଁଆଡ଼େ ଚାଲିଯାଇଛନ୍ତି।
ସୂଚନାନୁଯାୟୀ, ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର୍ ପାଟଣା ଗ୍ରାମର ପ୍ରମୋଦ ନାୟକଙ୍କ ପୁଅ ପ୍ରଦୀପ ନାୟକ (୧୬ ବର୍ଷ) ମାଟ୍ରିକ୍ ପରୀକ୍ଷା ଦେବା ପାଇଁ ଦଶପଲ୍ଲା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ସେ ଧଳା ସାର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର ଜିନ୍ସ୍ ପ୍ୟାଣ୍ଟ ପିନ୍ଧି ଥିବାରୁ ୟୁନିଫର୍ମରେ କାହିକିଁ ଆସିନାହଁ. ସେଥିପାଇଁ ପରୀକ୍ଷା ଦେଇପାରିବ ନାହିଁ ବୋଲି ମନା କରି ଦେଇଥିଲେ ଶିକ୍ଷକ। ଏହାପରେ ରାଗି ଯାଇ ପ୍ରଦୀପ କେଉଁଆଡେ ପଳାଇଥିଲେ। ଏବେ ଯାଏଁ ନିଖୋଜ ଥିବା ବେଳେ ଦଶପଲ୍ଲା ଥାନାରେ ତାଙ୍କ ମା ଲିଖିତ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଙ୍କ ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି। ଦଶପଲ୍ଲା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଥିବା ଜଣାଯାଇଛି।