ବିଳମ୍ବରେ ଆସିଥିବାରୁ ବାରଣ କରିବାରୁ ଅଧ୍ୟାପକଙ୍କୁ ଆକ୍ରମଣ କଲା ଛାତ୍ର

ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଝାରସୁଗୁଡ଼ା ଜିଲ୍ଲା କଟାପାଲି ସ୍ଥିତ ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରଙ୍କ ଆକ୍ରମଣରେ ଅଧ୍ୟାପକ ଗୁରୁତର । ଝାରସୁଗୁଡ଼ା ସଦରଥାନା ଅନ୍ତର୍ଗତ କଟାପାଲି ଯୁକ୍ତ ତିନି ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପକ ଅମିତ ବାରିକ ଙ୍କ ଉପରେ ଆକ୍ରମଣ କରିଥିଲେ ବ୍ରଜରାଜନଗର ନିବାସୀ କଟାପାଲି ଯୁକ୍ତ ତିନି ଡିଗ୍ରୀ କଲେଜର ଦ୍ବିତୀୟ ବର୍ଷର ଛାତ୍ର ଦିନେଶ କୁମାର ସହିସ ।
ଆଜି ସକାଳ ୧୧ଟା ୧୫ ସମୟରେ ଅଧ୍ୟାପକ ପାଠପଢ଼ାଉଥିବା ବେଳେ ୧୧ଟା ୪୦ରେ ଶ୍ରେଣୀକୁ ବିଳମ୍ବରେ ଆସିଥିବାରୁ ଛାତ୍ରକୁ ବାରଣ କରିଥିଲେ ଅଧ୍ୟାପକ । ଏହା ପରେ ଅଧ୍ୟାପକ ଓ ଶିକ୍ଷକଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ଛାତ୍ର ଜଣକ ରାଗି ଅଧ୍ୟାପକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଅଧ୍ୟାପକ ଗୁରୁତର ହୋଇଥିବାରୁ ତାଙ୍କୁ ସମଲେଶ୍ବରୀ ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତେବେ ଅଧ୍ୟାପକ ଅମିତ ବାରିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି ।