ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର : ବାତ୍ୟା ସମ୍ପର୍କରେ ଏ ଯାଏ ଜଣାପଡିନି କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ। ୩ ଦିନରେ ତା ଦିଗ ଜଣାପଡ଼ିବ। ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଣ୍ଡାମାନରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ସକ୍ରିୟ ମଧ୍ୟ ରହିଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପରେ ଜଣା ପଡିବ ଏହା କେତେ ଘନୀଭୂତ ହେଉଛି ଏବଂ ବାତ୍ୟାର ରୂପ ନେବକି ନାହିଁ ଓ କେଉଁ ଦିଗରେ ରହିବ। ବର୍ତମାନ ସୁଦ୍ଧା ବାତ୍ୟା ହେବା ଓ ଗତି ଅସ୍ପଷ୍ଟ ରହିଛି।

Leave a comment