୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କଲେ ରାଜ୍ୟ ସରକାର

0

ଛଅ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଲେ ରାଜ୍ୟ ସରକାର । IAS ନିକୁଞ୍ଜ ଧଳ, IAS ଅରିନ୍ଦମ ଡାକୁଆ, IAS ଅନୁପମା ଶାହ, OAS ପ୍ରସନ୍ନ କୁମାର ଷଡଙ୍ଗୀ, OAS ଚିତ୍ରସେନ୍ ରାଉତ୍, OFS ଉମେଶ ଚନ୍ଦ୍ର ତ୍ରିପାଠୀଙ୍କ ମଧ୍ୟରେ ବଣ୍ଟାଯାଇଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗ ।

ତେବେ ବଣ୍ଟନ ହୋଇଥିବା ଦାୟିତ୍ୱ ଅନୁସାରେ ବରିଷ୍ଠ IAS ନିକୁଞ୍ଜ ଧଳଙ୍କୁ ଗୃହ, ଅର୍ଥ, ଶିଳ୍ପ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଥିବା ବେଳେ IAS ଅରିନ୍ଦମ ଡାକୁଆଙ୍କୁ ପଞ୍ଚାୟତିରାଜ, ଜଳ ସମ୍ପଦ, ପୂର୍ତ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି ।

ବାକି IAS ଅନୁପମ ଶାହଙ୍କୁ ରାଜସ୍ୱ, ସୂଚନା ଓ ଲୋକସଂପର୍କ, ଗଣ ଓ ଉଚ୍ଚଶିକ୍ଷା ବିଭାଗର ଦାୟିତ୍ୱ ମିଳିଥିବା ବେଳେ OAS ପ୍ରସନ୍ନ କୁମାର ଷଡଙ୍ଗୀଙ୍କୁ ଗୃହ, ଗ୍ରାମ୍ୟ ଉନ୍ନୟନ, ଅବକାରୀ ବିଭାଗର ଦାୟିତ୍ୱ । ସେହିପରି OAS ଚିତ୍ରସେନ ରାଉତଙ୍କୁ କୃଷ୍ଟି, ସମବାୟ, ଖାଦ୍ୟ ଯୋଗାଣ ବିଭାଗ ମିଳିଥିବା ବେଳେ OFS ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱ ବଣ୍ଟନ ହୋଇଛି ।

Leave a comment