ବାସଭବନ ଛାଡି ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି !
ନିଜ ସରକାରୀ ବାସଭବନ ଛାଡି ପଳାୟନ କରିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ । ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟାଙ୍କ ସରକାରୀ ବାସଭବନ ଘେରିଥିଲେ ଆନ୍ଦୋଳନକାରୀ । ତେବେ ଏହାରି ମଧ୍ୟରେ ରାଷ୍ଟ୍ରପତି ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।
ଦେଶରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ ଆନ୍ଦୋଳନକାରୀ । ସୁରକ୍ଷା ଦୃଷ୍ଟିରୁ ସେ ତାଙ୍କ ବାସଭବନ ଛାଡି ଅନ୍ୟତ୍ର ପଳାୟନ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ରାଷ୍ଟ୍ରପତି ଗୋଟାବାୟା ବର୍ତ୍ତମାନ କେଉଁଠି ଅଛନ୍ତି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।