ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଧାନସଭାର ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ। ବାଚସ୍ପତି ନିର୍ବାଚନ ପାଇଁ ବସିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି କରିବା ପାଇଁ ମୋସନ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Related Posts
ଉପ ବାଚସ୍ପତି ରଜନୀ କାନ୍ତ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉପରେ ବିବୃତି ରଖିଲେ । ଭଞ୍ଜନଗରରୁ ୬ ଥର ବିଧାୟକ ହୋଇଛନ୍ତି ବିକ୍ରମ କେଶରୀ ଆରଖୁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ ଦେଲେ । ବାଚନୀକ ଭୋଟ ପରେ ବିକ୍ରମ ଆରଖୁଙ୍କୁ ବାଚସ୍ପତି ଭାବେ ଘୋଷଣା କଲେ ଉପ ବାଚସ୍ପତି ।