ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

0

ଗୃହରେ ଚିଟଫଣ୍ଡ ତାତି । ଚିଟଫଣ୍ଡ ପ୍ରସଙ୍ଗରେ ବିଜେପିର ମୁଲତବୀ ପ୍ରସ୍ତାବ ଗ୍ରହଣ ନ ହେବା ପ୍ରସଙ୍ଗରେ ବାଚସ୍ପତିଙ୍କ ଘୋଷଣା । ଚିଟଫଣ୍ଡ ପ୍ରସଙ୍ଗ ହାଇକୋର୍ଟରେ ବିଚାରଧୀନ ରହିଛି । କମିଶନ ତଦନ୍ତ କରୁଛନ୍ତି । ୨୦୧୪ରେ ତତ୍କାଳୀନ ବାଚସ୍ପତି ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ନେଇ ରୁଲିଂ ଦେଇ କହିଥିଲେ ଚିଟଫଣ୍ଡ ପ୍ରସଙ୍ଗ ଗୃହରେ ଆଲୋଚନା ହୋଇପାରିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ଚିଟଫଣ୍ଡ ପ୍ରସଙ୍ଗ ବର୍ତ୍ତମାନ ବର୍ତ୍ତମାନର ବିଷୟବସ୍ତୁ ନୁହେଁ ତେଣୁ ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇପାରିବ ନାହିଁ ।

ସେପଟେ ଶୂନ୍ୟକାଳରେ ବିଜେପିର ସମସ୍ତ ସଦସ୍ୟ ଗୃହର ମଧ୍ୟ ଭାଗରେ ହଟ୍ଟଗୋଳ ଜାରି ରଖିଛନ୍ତି । ଗୃହ ମଧଭାଗକୁ ଆସି ମୋହନ ମାଝୀ କହିଛନ୍ତି, ଚିଟଫଣ୍ଡ ଆଲୋଚନାକୁ ଡ଼ରୁଛନ୍ତି ସରକାର । ସରକାରୀ ବିଧାୟକଙ୍କୁ ଘଣ୍ଟ ଘୋଡ଼ାଇବାକୁ ଗୃହରେ ଚିଟଫଣ୍ଡ ପ୍ରସଙ୍ଗ ଆଲୋଚନା କରଯାଉନି ।

ଅନ୍ୟପଟେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଫଳରେ ଗୃହ ୨୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ।

Leave a comment

You cannot copy content of this page