ଥାନାଧିକାରୀଙ୍କ ନିର୍ଯାତନା ସହିନପାରି ଏସ୍‌ପିଙ୍କୁ ଚିଠି ଲେଖିଲେ ଏସ୍‌ଆଇ

0

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋପାଳର ମାନସିକ ସ୍ଥିତି ଓ ଛୁଟି ମଞ୍ଜୁରକୁ ନେଇ ବି ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନାର ବରିଷ୍ଠ ଏସ୍‌ଆଇ ରାଧାନାଥ ଦାସ ଏକ ସଂଘାତିକ ଅଭିଯୋଗ କରିଛନ୍ତି।

ତାଙ୍କୁ ଥାନାଧିକାରୀ ଆର୍‌କେ ତ୍ରିପାଠୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଚାକିରିରୁ ଇସ୍ତଫା ଦେବାଲାଗି ଯାଜପୁର ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ଏହା ପ୍ରଘଟ ହେବାପରେ ଜିଲ୍ଲାରେ ଚର୍ଚ୍ଚା ଆରମ୍ଭ ହୋଇଛି। ବରିଷ୍ଠ ଏସ୍‌ଆଇ ରାଧାନାଥ ଦାସ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଆଇଆଇସି ଆର୍‌କେ ତ୍ରିପାଠୀ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଅନ୍ୟ ଅଧିକାରୀମାନଙ୍କ ଅପେକ୍ଷା ତାଙ୍କୁ ଅଧିକ କେସ୍‌ ତଦନ୍ତ କରିବାକୁ ଦିଆଯାଇ ମାନସିକ ନିର୍ଯାତନା ଦିଆଯାଉଛି। ତାଙ୍କର ବରିଷ୍ଠତାକୁ ମଧ୍ୟ ସମ୍ମାନ ନଦେଇ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାଧିକାରୀ ଆର୍‌କେ ତ୍ରିପାଠୀ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Leave a comment

You cannot copy content of this page