ବିଳମ୍ବରେ ଅଫିସ ଆସିଲେ କଟିବ ଦରମା

0

ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କୁ ଆଉ ନିସ୍ତାର ମିଳିବ ନାହିଁ । ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମା କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି କେନ୍ଦ୍ର। ସୂଚନା ଅନୁସାରେ, କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DoPT) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଦରମା କାଟିବାକୁ ନିଷ୍ପତ୍ତି ନେଇଛି ବିଭାଗ।

DoPT ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ ୯.୧୫ ମଧ୍ୟରେ ଅଫିସରେ ପହଞ୍ଚିବାକୁ ବାଧ୍ୟ। ଯଦି ନିର୍ଦ୍ଧାରିତ ସମୟ ପରେ ଅଫିସ୍ ବାୟୋମେଟ୍ରିକରେ ପଞ୍ଚ୍ ହୋଇଥାଏ, ତେବେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଦରମା କାଟି ଦିଆଯିବ। ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ ଅଫିସ୍ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ୍ ଲିଭ୍(ସିଏଲ୍) ଲାଗି ଆବେଦନ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ ୯ ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହିଥାଏ । କିନ୍ତୁ କନିଷ୍ଠ କର୍ମଚାରୀମାନେ ବିଳମ୍ବରେ ଆସି ଶୀଘ୍ର ଯିବା ଏକ ସାମାନ୍ୟ କଥାରେ ପରିଣତ ହୋଇଛି । ଏହାକୁ ନେଇ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଳମ୍ବରେ କାର୍ଯ୍ୟାଳୟ ଗଲେ କର୍ମଚାରୀଙ୍କ ଦରମା କାଟିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave a comment
<p>You cannot copy content of this page</p>