ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷାଫଳ

0

ସିବିଏସ୍‌ଇ ଦଶମ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । www.cbse.nic.in ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଛାତ୍ରୀଛାତ୍ର ପରୀକ୍ଷାଫଳ ଦେଖିପାରିବେ । ଚଳିତ ବର୍ଷ ୯୪.୪୦% ପାସ୍‌ ହାର ରହିଛି। ୨୧,୦୯,୨୦୮ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨୦,୯୩,୯୭୮ ଜଣ ପରୀକ୍ଷା ଦେଇଥିଲେ।

ଏମାନଙ୍କ ମଧ୍ୟରୁ ୧୯,୭୬,୬୬୮ ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ପୁଣିଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ୯୫.୨୧% ଛାତ୍ରୀ ପରୀକ୍ଷାରେ ପାସ୍‌ ହୋଇଥିବା ବେଳେ ପୁଅଙ୍କ ପାସ୍‌ ହାର ୯୩.୮୦ ରହିଛି।

Leave a comment