ରିଜର୍ଭ ବ୍ୟାଙ୍କ ୬ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୬ ବ୍ୟାଙ୍କର ଲାଇସେନ୍ସ ଆବେଦନକୁ ଖାରଜ କଲା। ଏଥିରେ ଲଘୁ ବିତ୍ତ ବ୍ୟାଙ୍କର ସ୍ଥାପନା ସମ୍ବନ୍ଧୀୟ ଆବେଦନ ମଧ୍ୟ ଥିଲା। ରିପୋର୍ଟ ମୁତାବକ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲାଇସେନ୍ସ ଆବେଦନକୁ ଖାରଜ କରିବାର କାରଣକୁ ମଧ୍ୟ ସ୍ପଷ୍ଟ କରିଛି। ଏହି ଆବେଦନ ଉପଯୁକ୍ତ ହୋଇନଥିବାରୁ ଏହାକୁ ଖାରଜ କରି ଦିଆଯାଇଛି।
ଆରବିଆଇ ପକ୍ଷରୁ ଏକ ବୟାନରେ କୁହାଯାଇଛି, ଗାଇଡ୍ଲାଇନ୍ ମୁତାବକ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ, ଏବେ ୬ଟି ବ୍ୟାଙ୍କ ଆବେଦନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି। ମୂଲ୍ୟାଙ୍କନ ଆଧାରରେ ଏହି ଆବେଦକଙ୍କୁ ବ୍ୟାଙ୍କ ସ୍ଥାପନ କରିବାକୁ ମଞ୍ଜୁରୀ ଦେବାକୁ ଉପଯୁକ୍ତ ନ ଥିବା ଜଣାଯାଇଛି। ଏଣୁ ସମସ୍ତଙ୍କ ଆବେଦନକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଖାରଜ କରି ଦିଆଯାଇଛି।
ରିଜେକ୍ଟ ହେଲା ଏସବୁ କମ୍ପାନୀର ଆବେଦନ:
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ୟୁଏଇ ଏକ୍ସଚେଞ୍ଜ ଆଣ୍ଡ୍ ଫାଇନାନ୍ସିଆଲ ସର୍ଭିସେଜ୍ ଲିମିଟେଡ୍, ପ୍ରତ୍ୟାବର୍ତ୍ତନ ସହକାରୀ ଅର୍ଥ ଓ ବିକାଶ ବ୍ୟାଙ୍କ ଲିମିଟେଡ୍ (REPCO ବ୍ୟାଙ୍କ), ସଚିନ୍ ବଂସଲଙ୍କ କମ୍ପାନୀ ଚୈତନ୍ୟ ଇଣ୍ଡିଆ ଫିନ୍ କ୍ରେଡିଟ୍ ପ୍ରାଇଭେଟ୍ ଲିମିଟେଡ୍, ପଙ୍କଜ ବୈଶ୍ୟ ଓ ଅନ୍ୟ ବ୍ୟାଙ୍କ ମାନଙ୍କର ଆବେଦନ ଖାରଜ ହୋଇଛି। ଏହା ବ୍ୟତୀତ ଲଘୁ ଉଦ୍ୟୋଗ ବ୍ୟାଙ୍କର ‘ଅନ୍ ଟ୍ୟାପ୍’ ଲାଇସେନ୍ସ ପାଇଁ ଉପଯୁକ୍ତ ଚିହ୍ନଟ ହୋଇନଥିବା ବ୍ୟାଙ୍କ ମଧ୍ୟରେ ବିସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଓ କାଲିକଟ ସିଟି ସର୍ଭିସ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ମଧ୍ୟ ସାମିଲ ଅଛି।
ରିଜର୍ଭ ବ୍ୟାଙ୍କକୁ ଆସିଥିଲା ମୋଟ୍ ୧୧ ଆବେଦନ:
ରିଜର୍ଭ ବ୍ୟାଙ୍କକୁ ୟୁନିଭର୍ସାଲ ବ୍ୟାଙ୍କ ଓ ଲଘୁ ବିତ୍ତର ଅନ୍ ଟ୍ୟାପ୍ ଲାଇସେନ୍ସିଂର ଗାଇଡ୍ ଲାଇନ୍ ଅନୁସାରେ ବ୍ୟାଙ୍କ ସ୍ଥାପନା ପାଇଁ ୧୧ଟି ଆବେଦନ ଆସିଥିଲା। ସେଥିମଧ୍ୟରୁ କେବଳ ୬ ଆବେଦନର ହିଁ ଲାଇସେନ୍ସ ଯାଞ୍ଚ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯାଞ୍ଚ କରାଯାଇଥିବା ସବୁ ବ୍ୟାଙ୍କର କିଛି ନା କିଛି ତ୍ରୁଟି ରହିଛି। ଫଳରେ ସମସ୍ତଙ୍କ ଲାଇସେନ୍ସ ଆବେଦନକୁ ଖାରଜ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ।