ପୋଷ୍ଟର ଓ ବ୍ୟାନର ଲଗାଇ ଉପସ୍ଥିତି ଜାହିର କଲା ଲାଲବାହିନୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା-ଛତିଶଗଡ ସୀମାରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଲେ। ଛତିଶଗଡର ଦେଓଭୋଗ-ଗରିଆବନ୍ଧ ରାଜ୍ୟ ରାଜପଥର ବୁଢଗେଲଟପ୍ପା ଗାଁ ନିକଟରେ ମାଓବାଦୀମାନେ ଗଛକାଟି ରାସ୍ତା ଅବରୋଧ କରି ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି ।

ଆସନ୍ତା ୨୦ ତାରିଖରେ ଓଡ଼ିଶା ସହ ଛତିଶଗଡର ଗରିଆବନ୍ଧ, ଧମତରି, କୋଡାଗାଁ, ମହାସମୁନ୍ଦ ଜିଲ୍ଲା ବନ୍ଦ ପାଇଁ ଅନୁରୋଧ କରିଛନ୍ତି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧିନ ବୋଡେନ ଥାନା ଧୋବଘାଟ, ଖଡୁପାନି, ଭଇଁଷାଦାନି ଗାଁରେ ନିର୍ମାଣାଧିନ ନୂତନ ଓ ପୁରୁଣା ପୋଲିସ କ୍ୟାମ୍ପକୁ ହଟାଇବାକୁ ମାଓବାଦୀମାନେ ଅନୁରୋଧ କରିଛନ୍ତି ।

ଏହି ଅଞ୍ଚଳରେ ନିର୍ମାଣାଧିନ ପୋଲ, ମୋବାଇଲ୍ ଟାୱାର, ପର୍ଯ୍ୟଟନ ସ୍ଥଳ, ପୋଲିସ କ୍ୟାମ୍ପକୁ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏତଦ୍ ବ୍ୟତୀତ ସାଧାରଣ ଲୋକଙ୍କ ମୌଳିକ ସୁବିଧା ପାଇଁ ସ୍କୁଲ କଲେଜ, ଜଳସେଚନ ପାଇଁ ଦାବି କରିଛନ୍ତି । ତେବେ ଏ ସଂପର୍କରେ ନୂଆପଡା ପୋଲିସର କୌଣସି ମତାମତ ମିଳିପାରି ନାହିଁ ।

Leave a comment