‘ବ୍ରହ୍ମୋସ୍’ କିଣିବ ଫିଲିପାଇନ୍ସ
ନୂଆଦିଲ୍ଲୀ: ଭାରତୀୟ ପ୍ରଯୁକ୍ତିବିଦ୍ୟା ଜଗତ ପାଇଁ ଖୁସି ଖବର । କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ପରିକ୍ଷଣ ପରେ ଏହାକୁ କିଣିବା ପାଇଁ ମନ ବଳାଇଛି ଫିଲିପାଇନ୍ସ । କିଛି ଦିନ ପୂର୍ବରୁ ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରର ଆକ୍ସିଡେଣ୍ଟାଲ ଫାୟାରିଙ୍ଗ୍ ବା ଆକସ୍ମିତ ଗୁଳି ଚାଳନା ହୋଇଥିଲା । ଯାହାକି ସିଧା ପାକିସ୍ତାନରେ ଯାଇ ପଡିଥିଲା । ତେବେ ଏହି ଅବତରଣର କିଛି ଦିନ ପରେ ହିଁ କ୍ଷେପଣାସ୍ତ୍ର କିଣିବାକୁ ଯାଉଛି ଫିଲିପାଇନ୍ସ ।
ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟଙ୍କ ନେତୃତ୍ୱରେ ଫିଲିପାଇନ୍ସ କ୍ୟାବିନେଟର ଅନ୍ୟତମ ବରିଷ୍ଠ ମନ୍ତ୍ରୀ ପ୍ରତିରକ୍ଷା ସଚିବ ଡେଲଫିନ୍ ଲୋରେଞ୍ଜାନା ମାନିଲାରେ ଭାରତୀୟ ରାଷ୍ଟ୍ରଦୂତ ଶମ୍ଭୁ ଏସ୍ କୁମାରନ୍ଙ୍କୁ ଡାକିଥିଲେ। ଏହା ସହ ଅସ୍ତ୍ରର ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ଆକ୍ସିଡେଣ୍ଟାଲ ଫାୟାରିଙ୍ଗ୍ର ସ୍ପଷ୍ଟୀକରଣ ମାଗିଥିଲେ । ଯେତେ ବେଳେ ସାରା ବିଶ୍ୱ ଯୁଦ୍ଧର ମାହୋଲରେ ପେଶି ହେଉଛି, ସେହି ସ୍ଥାନରେ ଭାରତ ପ୍ରସ୍ତୁତ କରିଛି ସୁପର ସୋନିକ କ୍ରୁଜ୍ ମିଶାଇଲ । ଯାହା ଦୁନିଆର ଅନ୍ୟତମ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଦୀୟମାନ ହୋଇଛି । ଫିଲିପାଇନ୍ସ ଏହାକୁ ୩୭୦ ମିଲିୟନ ଡଲାରରେ କିଣିଛି । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର । ସାଧାରଣତଃ କ୍ଷେପଣାସ୍ତ୍ର ଗୁଡ଼ିକ ୫୮୦ କିମି ବେଗରେ ଗତି କରିଥାଏ ।
ତେବେ ୩ ହଜାର ୪ ଶହ କିମି ପ୍ରତି ଘଣ୍ଟା ଗତିରେ ଯିବାର କ୍ଷମତା ରହିଛି ଏହି ‘ବ୍ରହ୍ମୋସ୍’ର । ଏହା ସହ ୨୦୦ ରୁ ୩୦୦ କିଗ୍ରାର ନ୍ୟୁକ୍ଲିୟର ହେଡ୍ ନେଇପାରିବ । ବର୍ତ୍ତମାନ ଫିଲିପାଇନ୍ସ ‘ବ୍ରହ୍ମୋସ୍’ର ୩ଟି ବ୍ୟାଟେରି କିଣି ସାରିଛି । ଅତୁଳ ଦିନକର ରାଣେ, ଡିରେକ୍ଟର ଜେନେରାଲ, ବ୍ରହ୍ମୋସ ଏରୋସ୍ପେଶ ତେବେ ଭାରତର ସଫଳତା ତଥା ଫିଲିପାଇନ୍ସର ଅସ୍ତ୍ରବଳ ବଢିବା ଭିତରେ ଚିନ୍ତାରେ ପଡିଛି ଚୀନ୍ । କାରଣ ଚୀନର ସବୁଠୁ ବଡ ଅସ୍ତ୍ର ହେଉଛି ଦକ୍ଷିଣ ଚାଇନା ସମୁଦ୍ର ।
ଯାହା ଉପରେ ଚୀନ ଅର୍ଥନୀତି ନିର୍ଭର କରେ । ବର୍ତ୍ତମାନ ସେହି ସ୍ଥାନରେ ଫିଲିପାଇନ୍ସ ପାଖରେ ରହିଲା ଭାରତ ଦ୍ୱାରା ପ୍ରସ୍ତୁତ ସର୍ବଶକ୍ତିଶାଳୀ ଅସ୍ତ୍ର । ତେଣୁ ସମୁଦ୍ର ବାଟ ଦେଇ କୌଣସି କାରବାର କରିବାକୁ ହେଲେ ୧୦ ଥର ଭାବିବାକୁ ହେବ । ଏହି ‘ବ୍ରହ୍ମୋସ୍’ର ସୁପର ସୋନିକ କ୍ରୁଜ୍ ମିଶାଇଲ ଆଗକୁ କ’ଣ ଓ କିଭଳି କାମ କରୁଛି ତାହା ଦେଖିବା ବାକି ରହିଲା ।