ଆଜି ଆସିବ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ କାମ ଚଳା ବଜେଟ୍

0

ଭୁବନେଶ୍ୱର : ଆଜି ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଆସିବ କାମ ଚଳା ବଜେଟ୍ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧.୦୬ଲକ୍ଷ କୋଟି ଟଙ୍କାର ବଜେଟ୍ ବିଧାନସଭାରେ ଉପସ୍ଥାପନା କରିବେ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଠିକ୍ ସମୟରେ ବଜେଟ୍ ଅଧିବେଶନ ହୋଇପାରିନି । ତେଣୁ ଆଜି କାମଚଳା ବଜେଟ୍ ଓ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ।

ଏହା ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆକାରରେ ଅନୁମମୋଦନ ଲାଭ କରିବ । ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୨ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି । ବଜେଟରେ ଭିତ୍ତିଭୂମି, ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ପ୍ରଦାନ ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ରବିବାର ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ କାମଚଳା ବଜେଟ୍କୁ ଅନୁମୋଦନ ମିଳିଥିଲା ।

Leave a comment