ଆବେଦନ କରିବାର ସମୟସୀମା ବଢ଼ାଇଲା ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ

+୨ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ଲାପଟପ୍‌ ସ୍କିମ୍

0

ଭୁବନେଶ୍ୱର : +୨ ପାସ୍‌ କରିଥିବା ସ୍କଲାର ଛାତ୍ରଛାତ୍ରୀଙ୍କ ପାଇଁ ବିଜୁ ଯୁବ ଶଶକ୍ତିକରଣ ଯୋଜନା ଅଧୀନରେ ଲାପଟପ କିଣିବା ପାଇଁ ସରକାର ଦେଉଥିବା ଆର୍ଥିକ ସହାୟତା ପାଇଁ ଆବେଦନ ତାରିଖର ସମୟସୀମା ପୁଣି ଥରେ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟ ବୁଦ୍ଧି ଫଳରେ +୨ ଛାତ୍ରଛାତ୍ରୀମାନେ ଲାପଟପ ବଦଳରେ ଅର୍ଥ ପାଇବା ପାଇଁ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଏଥିପାଇଁ ସରକାର ଆବେଦନ କରିବାର ସମୟସୀମା ମଇ ୧୦ ତାରିଖ ୨୦୨୨ ଯାଏ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅଧୀନରେ ଲାପଟପ ପାଇଁ ଆବେଦନ କରିବାର ସମୟସୀମା ସରକାର ୩ୟ ଥର ପାଇଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨୯ ଓ ଅପ୍ରେଲ ୧୦ ତାରିଖ ଥିବାବେଳେ ଏବେ ପୁଣି ଥରେ ଏହାକୁ ଚଳିତ ମଇ ୧୦ ତାରିଖ ଯାଏ ବୃଦ୍ଧି କରିଛନ୍ତି । ଯେଉଁ ସ୍କଲାର ଛାତ୍ରଛାତ୍ରୀମାନେ ଏଯାଏ ଆବେଦନ କରିନାହାଁନ୍ତି ସେମାନଙ୍କର ଆବେଦନ ପତ୍ର ଏହି ସମୟସୀମା ମଧ୍ୟରେ ଦାଖଲ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧୫ ହଜାର ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ ପାଇଥିଲା ଯେଉଁମାନେ ଲାପଟପ ପାଇଁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ଅର୍ଥ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆଧାର ଲିଙ୍କ ଆକାଉଣ୍ଟ ମାଧ୍ୟମରେ ଟ୍ରାନ୍ସଫର କରାଯିବ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଆକାଉଣ୍ଟ ଦେବାକୁ ପଡ଼ିବ ନାହିଁ । ବରଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ ।

Leave a comment