ପୁଣି ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଲା ଓଡ଼ିଶା ଡ୍ରାଇଭର ମହାସଂଘ

0

ପୁଣି ରାଜରାସ୍ତାକୁ ଓହ୍ଲାଇବ ଓଡ଼ିଶା ଡ୍ରାଇଭର ମହାସଂଘ । ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସେ କହିଛନ୍ତି, ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପରେ ଲିଖିତ ପ୍ରତିଶ୍ରୁତି ମିଳିଲା ହେଲେ କୌଣସି ସୁଫଳ ମିଳିଲା ନାହିଁ ।

ବାରମ୍ବାର ବୋର୍ଡ ଗଠନ ପାଇଁ ଦାବି ହୋଇଥିଲେ ମଧ୍ୟ ସମୟ ପରେ ସମୟ ଘୁଞ୍ଚୁଛି କିନ୍ତୁ ବୋର୍ଡ ଗଠନ ହେଉନି । ଯଦି ଆଗାମୀ ୩୦ ତାରିଖ ମଧ୍ୟରେ ବୋର୍ଡ ଗଠନ ନ ହେଲା ତେବେ, ଆନ୍ଦୋଳନ କରିବ ସଂଘ । ଏନେଇ ପୁଣି ଏବେ ଧାରଣାରେ ଡ୍ରାଇଭର ସଂଘ । ଭୁବନେଶ୍ବରରେ ଏମାନେ ଧାରଣାରେ ବସିଛନ୍ତି।

Leave a comment