ସଂସଦର ସୁରକ୍ଷା ବିଭ୍ରାଟ ଘଟଣା, ନିଲମ୍ବିତ ସଂଖ୍ୟା ୧୪୧ରେ ପହଞ୍ଚିଲା

0

ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସାଂସଦଙ୍କୁ ଆଜି ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର, ଏସପି ସାଂସଦ ଡିମ୍ପଲ ଯାଦବ ଏବଂ ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କ ନାମ ରହିଛି।କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ପ୍ରସ୍ତାବ କ୍ରମେ ମଙ୍ଗଳବାର ୪୮ ସଦସ୍ୟ ନିଲମ୍ବିତ ହୋଇଛନ୍ତି।

ଗତ ସପ୍ତାହରେ ପାର୍ଲାମେଣ୍ଟ ସୁରକ୍ଷାରେ ବିଭ୍ରାଟକୁ ନେଇ ବିରୋଧୀ ଏମ୍‌ପିମାନେ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରୁ ସୋମବାର ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ଗତ ଗୁରୁବାର ମଧ୍ୟ ଅନୁରୂପ କାରଣରୁ ୧୪ ଏମପିଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଫଳରେ ମଙ୍ଗଳବାର ସୁଦ୍ଧା ଚଳିତ ଅଧିବେଶନରେ ମୋଟ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୧୪୧ ରେ ପହଞ୍ଚିଛି।

Leave a comment