ବିଶ୍ୱର ସବୁଠୁ ମହଙ୍ଗା କାର୍, ଦାମ୍ ୧୧୦୦ କୋଟି

0

ଲଣ୍ଡନ : ବିଳାସପୂର୍ଣ୍ଣ କାର୍ ବିଷୟ ଚିନ୍ତା କରିବା ମାତ୍ରେ ସର୍ବପ୍ରଥମେ ମର୍ସିଡିଜ୍ ବେଞ୍ଜ୍ର ନାଁ ମନକୁ ଆସିଥାଏ । ଏହି ଜର୍ମାନୀ କମ୍ପାନୀର ଏକ କାର୍ ନିକଟରେ ନିଲାମ ହୋଇଥିଲା । ଏହାପରେ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସ୍ଏଲ୍ଆର୍ ବିଶ୍ୱର ସବୁଠୁ ଦାମୀ କାର୍ ହୋଇଯାଇଛି । ଏକ ପ୍ରାଇଭେଟ୍ ଅକ୍ସନ୍ରେ ୧୯୫୫ ମଡେଲ୍ର ସ୍ପୋର୍ଟ୍ସ କାର୍ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସ୍ଏଲ୍ଆର୍ ୧୧୦୦ କୋଟି ଟଙ୍କାରେ ନିଲାମ ହୋଇଛି । ରିପୋର୍ଟ ଅନୁସାରେ ଏହି କାର୍କୁ ଆମେରିକାର ଜଣେ ବ୍ୟବସାୟୀ ଡେଭିଡ୍ ମ୍ୟାକ୍ନିଲ୍ କିଣିଛନ୍ତି ।

୧୯୫୫ରେ ୩୦୦ ଏସ୍ଏଲ୍ଆର୍ର ଦୁଇଟି ମଡେଲ୍ ନିର୍ମାଣ କରିଥିବା ମର୍ସିଡିଜ୍ ବେଞ୍ଜ୍ କମ୍ପାନୀ ସେବେଠାରୁ ଏହାର ଦେଖାଶୁଣା କରୁଥିଲା । ନିଜର ଲୁକ୍ସ ଓ ପରଫର୍ମାନ୍ସ ପାଇଁ ମର୍ସିଡିଜ୍ ବେଞ୍ଜ୍ ୩୦୦ ଏସ୍ଏଲ୍ଆର୍ ବିଶ୍ୱର ସବୁଠୁ ଫେମସ୍ ଓ କ୍ଲାସିକ୍ କାର୍ ମଧ୍ୟରେ ଗଣାଯାଇଥାଏ । ଏହା ଏକ ରେସିଂ କାର୍ ହୋଇଥିବା ବେଳେ ଏଥିରେ ୩.୦ ଲିଟର ଇଞ୍ଜିନ୍ ରହିଛି । କାର୍ର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୧୮୦ କିମି। ସବୁଠୁ ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଏହି କାର୍କୁ ଲୋକମାନେ ଶ୍ରଦ୍ଧାରେ ‘ମୋନାଲିସ୍ ଅଫ୍ କାର୍ସ’ ବୋଲି ମଧ୍ୟ କହିଥାନ୍ତି । କମ୍ପାନୀ ଅକ୍ସନ୍କୁ ଗୁପ୍ତ ରଖିଥିବା ବେଳେ ଏଥିପାଇଁ ଅଟୋମୋବାଇଲ୍ ଫିଲ୍ଡ ସହିତ ସମ୍ପୃକ୍ତ ମାତ୍ର ୧୦ ଜଣଙ୍କୁ ଡକାଯାଇଥିଲା । ଏହି ଅକ୍ସନ୍ ଜର୍ମାନୀର ଷ୍ଟଟ୍ଗାର୍ଟସ୍ଥିତ ମର୍ସିଡିଜ୍ ବେଞ୍ଜ୍ ମ୍ୟୁଜିୟମ୍ରେ ଅନୁଷ୍ଠିତ ହୋଇଥିଲା । ମର୍ସିଡିଜ୍ ବେଞ୍ଜ୍ର ଏହି ଅକ୍ସନ୍ ପୂର୍ବରୁ ୫୪୨ କୋଟି ଟଙ୍କାରେ ବିକ୍ରି ହୋଇଥିବା ଫେରାରୀ ୨୫୦ ଜିଟିଓର ରେକର୍ଡକୁ ଭାଙ୍ଗି ଦେଇଛି ।

Leave a comment